• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

କନ୍ଧମାଳ: ବ୍ରିଟିଶ୍ ଅମଳରୁ ରୋଗୀସେବା ଯୋଗାଇବା ଲାଗି କନ୍ଧମାଳ ଜିଲ୍ଲାର ବାଲନ୍ଦାପଡ଼ାରେ ନିର୍ମିତ ହୋଇଥିବା ମେଡ଼ିକାଲ୍‌ରେ ଆଜି ତାଲା ଝୁଲୁଛି। ସରକାରୀ ଚିକିତ୍ସାଳୟ ଲାଗି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ସରଞ୍ଜାଜାମ ରହିଛି। ହେଲେ ଡାକ୍ତର ସମେତ କର୍ମଚାରୀ ଅଭାବରୁ ମେଡ଼ିକାଲ୍‌ରେ ତାଲା ପଡ଼ିଛି।

ସମୟ ହେଲେ ଫାର୍ମାସିଷ୍ଟ ଆଖପାଖ ଅଞ୍ଚଳର କିଛି ରୋଗୀଙ୍କୁ ଦେଖୁଛନ୍ତି।  ଏଥି ପ୍ରତି କିନ୍ତୁ ନା ଜିଲ୍ଲା ପ୍ରଶାସନ ନା ସ୍ୱାସ୍ଥ୍ୟ ବିଭାଗ କାହାର ବି ନଜର ପଡ଼ୁନି।

ବାଲନ୍ଦାପଡ଼ାରେ ଖାଲି ପଡ଼ିଥିବା ଡାକ୍ତର ଓ କର୍ମଚାରୀ ପଦବୀ ପୂରଣ ଲାଗି ସ୍ଥାନୀୟ ବାସିନ୍ଦା ବାରମ୍ବାର ଦାବି କରିଥିଲେ ବି ସେମାନଙ୍କ କଥା ଉପରେ ଗୁରୁତ୍ୱ ଦିଆଯାଉ ନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

ସୂଚନାନୁସାରେ, ବଲନ୍ଦାପଡ଼ାର ସରକାରୀ ଚିକିତ୍ସାଳୟରେ ଜଣେ ଡାକ୍ତର, ଦୁଇ ଜଣ ଫାର୍ମାସିଷ୍ଟ, ଓ ୩ ଜଣ ଷ୍ଟାପ୍‌ ନର୍ସ ରହିବା କଥା। ହେଲେ ଏବେ କେବଳ ଜଣେ ଫାର୍ମାସିଷ୍ଟ ଚିକିତ୍ସାଳୟ ଚଳାଉଛନ୍ତି।

ସରକାରୀ ମେଡ଼ିକାଲ୍‌ର କ୍ୱାଟର୍‌ଗୁଡ଼ିକ ଭାଙ୍ଗିଯିବାରୁ ଏଠାରେ କେହି ରହିବାକୁ ଇଚ୍ଛା ପ୍ରକାଶ କରୁ ନଥବା ଅଭିଯୋଗ ହୋଇଛି। ଏ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପଚାରିବାରୁ ଏ ନେଇ ସେ ସରକାରଙ୍କୁ ଅବଗତ କରିଥିବା କହିଛନ୍ତି।

 

Lock-in-medical-in-kalahandi-dist-due-to-lack-of-doctor-and-worker
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories