ଲକ୍‌ଡାଉନ୍ ଉଲ୍ଲଙ୍ଘନକାରୀଙ୍କୁ ଆଜିଠୁ ଛାଡ଼ିବନି ପୋଲିସ

ଭୁବନେଶ୍ୱର: ଲକଡାଉନ୍ କଡାକଡି କରିବାକୁ ପୋଲିସ ନେବ କଠୋର ପଦକ୍ଷେପ। ଆଜିଠୁ ଲକ୍ ଡାଉନ୍ ଉଲ୍ଲଙ୍ଘନକାରୀଙ୍କ ପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୋଲିସ। ବିନା କାରଣରେ ବାହାରେ ବୁଲିଲେ ରୁଜୁ ହେବ ମାମଲା। ଏପରିକି ଉଲ୍ଲଂଘନକାରୀଙ୍କ ଗାଡି ମଧ୍ୟ ସିଜ୍ ହେବ ।

ସେପଟେ ଆଜି ବି ରାଜଧାନୀର କିଛି ଅଞ୍ଚଳରେ ଲୋକେ ଲକ୍ ଡାଉନକୁ ମାନୁ ନ ଥିବା ଦେଖିବାକୁ ମିଳିଛି ଏପରିକି କିଛି ସ୍ଥାନରେ ସାମାଜିକ ଦୂରତ୍ୱ ରଖୁ ନ ଥିବା ଜଣାପଡିଛି । ମଦର ପବ୍ଲିକ ସ୍କୁଲ ନିକଟବର୍ତ୍ତୀ ପଡିଆରେ ବସିଥିବା ହାଟକୁ ଆସିଥିବା କିଛି ଲୋକ ରାସ୍ତାରେ ଗାଡି ରଖିଥିବା ଦେଖିଥିଲା ପୋଲିସ।  ସେହି ଗାଡିଗୁଡିକୁ ପୋଲିସ ସିଜ୍ କରିଛି । ଆଗକୁ ଏଭଳି କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଥାଉ କି, କରୋନା ଭାଇରସ ସ୍ଥିତିକୁ ଦେଖି ୨୧ ଦିନ ପାଇଁ ସାରା ଦେଶ ଲକ୍‌ ଡାଉନ ଘୋଷଣା କରାଯିବା ସହ ଲୋକଙ୍କୁ ଘରୁ ନ ବାହାରି ପାଇଁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି। ଏହା ସତ୍ତ୍ୱେ ଲୋକେ ଏହାକୁ ମାନୁ ନ ଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନେବାପାଇଁ ନିଷ୍ପତ୍ତି ନିଆଯାଇଛି।

You might also like