ପୁଣି ୨ ସପ୍ତାହ ପାଇଁ ବଢିଲା ଲକ୍‌ଡାଉନ୍‌

ନୂଆଦିଲ୍ଲୀ: ଦେଶରେ ବଢ଼ିଲା ଲକଡାଉନ୍‌। ମେ ୪ରୁ ଆଉ ୨ ସପ୍ତାହ ଲକ୍ ଡାଉନ୍ ବଢ଼ିଲା। ୨ ସପ୍ତାହ ଲକ୍ ଡାଉନ୍ ବୃଦ୍ଧି ନେଇ ଗୃହ ମନ୍ତ୍ରାଳୟର ବିଜ୍ଞପ୍ତି। ତେବେ ଘୋଷଣା ଅନୁସାରେ ମେ ୧୭ ଯାଏ ଲକ୍‌ଡାଉନ୍ କାର୍ଯ୍ୟକାରୀ ହେବ।

ମନ୍ତ୍ରଣାଳୟର ଘୋଷଣା ଅନୁଯାୟୀ, ମେ’ ୪ରୁ ୧୭ ତାରିଖ ଯାଏ ଲକଡାଉନ ୩.୦ କାର୍ଯ୍ୟକାରୀ ହେବ। କରୋନା ପାଇଁ ପ୍ରଥମେ ମାର୍ଚ୍ଚ ୨୫ରୁ ୨୧ ଦିନ, ପରେ ଏପ୍ରିଲ ୧୪ରୁ ମେ’ ଯାଏ ଦେଶରେ ଲକଡାଉନ ଘୋଷଣା କରାଯାଇଥିଲା।

ଅର୍ଥାତ ଦେଶରେ ୪୦ ଦିନ ପାଇଁ ଲକଡାଉନ କାର୍ଯ୍ୟକାରୀ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ମେ’ ୩ ରାତି ୧୨ଟାରେ ଶେଷ ହେବାର ଥିଲା। କିନ୍ତୁ ଆଜି କେନ୍ଦ୍ର ସରକାର ଲକଡାଉନ ଅବଧିକୁ ୨ ସପ୍ତାହ ଯାଏ ବୃଦ୍ଧି କରିଛନ୍ତି।

ମେ’ ୧୭ ତାରିଖ ରାତି ୧୨ଟା ଯାଏ ଏହି ଲକଡାଉନ ନିୟମ ବଳବତ୍ତର ରହିବ। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ମନ୍ତ୍ରଣାଳୟ ଏପରି ନିଷ୍ପତ୍ତି ନେଇଛି।

ପୂର୍ବରୁ ପ୍ରଧାନମନ୍ତ୍ରୀ ଦୁଇ ଥର ଦେଶବାସୀଙ୍କୁ ଉଦବୋଧନ କରି ଲକଡାଉନ ବୃଦ୍ଧି ସମ୍ପର୍କରେ ଘୋଷଣା କରିଥିଲେ। ହେଲେ ଏଥିର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଲକଡାଉନ ବୃଦ୍ଧି ସମ୍ପର୍କରେ ଘୋଷଣା କରିଛି।

ଆହୁରି ପଢ଼ନ୍ତୁ

You might also like