ଥାନାରେ ପୁଲିସ ଅଧିକାରୀଙ୍କୁ ମାଡ଼ ଅଭିଯୋଗ; ଅଭିଯୁକ୍ତକୁ ଅଟକ ରଖି ପୁଲିସର ତନାଘନା

ବିନିକା ( ଦିଲ୍ଲୀପ ସାହୁ) : ସୁବର୍ଣ୍ଣପୁର ବିନିକା ଥାନାରେ ପୁଲିସକୁ ସ୍ଥାନୀୟ ବ୍ୟକ୍ତିଙ୍କ ମାଡ଼ ଅଭିଯୋଗ। ବିନିକା ଥାନା ଏସ୍ଆଇ ଅଭିମନ୍ୟୁ ସେଠୀଙ୍କୁ ସ୍ଥାନୀୟ ଦେଣ୍ଡୁପଦର ଗାଁର ପାଣୁ କର୍ଣ୍ଣ ନାମକ ବ୍ୟକ୍ତି ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି।

ଘଟଣାକୁ ନେଇ ଅଭିଯୁକ୍ତ ପାଣୁ କର୍ଣ୍ଣକୁ ଅଟକ ରଖି ତଦନ୍ତ ଜାରି ରଖିଛି ପୁଲିସ। ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ଏକ ମାମଲାକୁ ନେଇ ଦେଣ୍ଡୁପଦର ଗାଁର ପାଣୁ କର୍ଣ୍ଣଙ୍କ ସମେତ ଅନ୍ୟ ଦୁଇ ବ୍ୟକ୍ତିଙ୍କ ନାଁରେ ଅଭିଯୋଗ କରିଥିଲେ ସେହି ଗାଁର ଏକାଧିକ ମହିଳା। ଏହାକୁ ନେଇ ପୁଲିସ ଅଭିଯୁକ୍ତ ପାଣୁ କର୍ଣ୍ଣଙ୍କ ସହ ଅନ୍ୟ ଦୁଇ ବ୍ୟକ୍ତିଙ୍କୁ ଥାନାକୁ ଡାକି ପଚରାଉଚରା କରୁଥିବାବେଳେ ପାଣୁ କର୍ଣ୍ଣ ଉତ୍ତ୍ୟକ୍ତ ହୋଇ ପୁଲିସ ଅଧିକାରୀଙ୍କୁ ଚାପୁଡା ମାରିଥିବା ଅଭିଯୋଗ ହୋଇଛି।

ଘଟଣାରେ ସୋନପୁର ଡିଏସ୍‌ପି ଅଧିକ ତଦନ୍ତ ଜାରି ରଖିଛନ୍ତି। ଅନ୍ୟପଟେ ପୁଲିସ ଅଧିକାରୀ ସାଧା ପୋଷାକରେ ଥିବାରୁ ଜାଣି ନପାରି ତାଙ୍କୁ ଚାପୁଡ଼ା ମାରିଥିବା କହିଛନ୍ତି ଅଭିଯୁକ୍ତଙ୍କ ପୁଅ।

You might also like