ଗାଈ ଚୋର ସନ୍ଦେହରେ ୪ ଜଣଙ୍କୁ ନିର୍ଧୂମ ପିଟିଲେ

କଟକ: କଟକ ବିଡ଼ାନାସୀ ବଉଳ ଛକରେ ଗାଈ ଚୋର ସନ୍ଦେହରେ ୪ ଜଣଙ୍କୁ ଲୋକେ ନିସ୍ତୁକ ମାଡ଼ ମାରିଛନ୍ତି।  ଲୋକଙ୍କ ମାଡ଼ରେ ସେମାନେ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

ସେମାନେ ଆଣିଥିବା ଗୋଟିଏ ଗାଡ଼ିକୁ ଉତ୍ତ୍ୟକ୍ତ ଲୋକେ ପୋଡ଼ି ଦେଇଛନ୍ତି। ଗତକାଲି ରାତିରେ ୪ ଜଣ ବ୍ୟକ୍ତି ଗୋଟିଏ ଗାଡ଼ି ଧରି ବିଡ଼ାନାସୀ ଅଞ୍ଚଳରେ ପଶିଥିଲେ। ଗାଈ ଚୋରି କରୁଥିବା ସନ୍ଦେହ କରି ଲୋକେ ସେମାନଙ୍କୁ ଘେରି ଯାଇଥିଲେ। ତେବେ ୪ ଜଣ ଯାକ ଗାଡ଼ି ଛାଡ଼ି ପଳାଉଥିବାବେଳେ ଲୋକେ ସେମାନଙ୍କୁ ଧରି ବଉଳ ଛକରେ ନିସ୍ତୁକ ମାଡ଼ ମାରିଥିଲେ।

 

You might also like