ବର୍ଷାଦିନେ ଜଳବନ୍ଦୀ ହୁଏ ଗାଁ, ଯାତାୟତ ଲାଗି ବାଉଁଶପୋଲ ଏକମାତ୍ର ସାହା ଭରସା

ଯାଜପୁର: ଗାଁକୁ ଯାତାୟତ ଲାଗି ରାସ୍ତାଟିଏ ନାହିଁ। ଗ୍ରାମବାସୀଙ୍କ ଦ୍ୱାରା ନିର୍ମାଣ ହୋଇଥିବା ବାଉଁଶପୋଲ ଏକମାତ୍ର ସାହା ଭରସା। ଯାଜପୁର ଜିଲ୍ଲା ବରୀ ବ୍ଲକ କଳାଖଣ୍ଡ ଗାଁରେ ଦୀର୍ଘବର୍ଷ ହେବ ଏହି ସମସ୍ୟା ଲାଗି ରହିଛି।

ପୋଲ ନଥିବାରୁ ବିପଦସଂକୁଳ ଅବସ୍ଥାରେ ଲୋକେ ଡଙ୍ଗା ସାହାରାରେ ବ୍ରାହ୍ମଣୀ ନଦୀ ପାର ହେଉଛନ୍ତି। ପଞ୍ଚାୟତର ୧୦ଟି ଗ୍ରାମର ଲୋକେ ବାଉଁଶପୋଲ ଉପରେ ଯାତାୟତ କଲାବେଳେ ଦୁର୍ଘଟଣା ବି ଘଟିଥିବା ଅଭିଯୋଗ ହୋଇଛି।

ବର୍ଷା ଚାରିମାସ ଗ୍ରାମବାସୀ ଏକ ପ୍ରକାର ଜଳବନ୍ଦୀ ଜୀବନ ବିତାଉଛନ୍ତି। ଏନେଇ ବ୍ଲକ୍ ପ୍ରଶାସନଠାରୁ ଆରମ୍ଭ କରି ବିଧାୟକଙ୍କୁ ଜଣାଇଛନ୍ତି, ହେଲେ କୌଣସି ସୁଫଳ ମିଳିନି। ଏନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାରୁ ପୋଲ ନିର୍ମାଣ ଲାଗି ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

You might also like