ଟ୍ରକ୍‌ ଚାପାରେ ବୃଦ୍ଧାଙ୍କ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ

ବାଲେଶ୍ୱର: ବାଲେଶ୍ୱର ସହରରେ ଦୁର୍ଘଟଣା ପରେ ଲଙ୍କାକାଣ୍ଡ। ବାଲେଶ୍ୱର ଷ୍ଟେସନ୍ ଗୋଧିବସା ଅଞ୍ଚଳରେ ଟ୍ରକ୍‌ ଚାପାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁକୁ ନେଇ ଘଟିଛି ତୁମୁଳକାଣ୍ଡ। ଉତ୍ତ୍ୟକ୍ତ ଲୋକେ ମାଲଗୋଦାମରେ ପଶି ୭୦ରୁ ଅଧିକ ଟ୍ରକ୍‌ର କାଚ ଭାଙ୍ଗିଥିବା ଅଭିଯୋଗ ହୋଇଛି।

ସେମାନେ ଟ୍ରକ୍‌ ଆସୋସିଏସନ୍‌ କାର୍ଯ୍ୟାଳୟରେ ବି ପଶି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଆଜି ଦିନ ସାଢ଼େ ୧ଟା ବେଳେ ମାଲଗୋଦାମରେ ଏକ ଟ୍ରକ୍ ପଛକୁ ଆସୁଥିବା ବେଳେ ଜଣେ ବୃଦ୍ଧାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିଲା।  ଏହାକୁ ନେଇ ଉତ୍ତେଜନା ଦେଖାଦେବା ସହ ସ୍ଥାନୀୟ ଲୋକେ ଭଙ୍ଗାରୁଜା କରିବା ସହ ଟାୟାର ଜାଳି ରାସ୍ତାରୋକ କରିଥିଲେ। ତେବେ ପରେ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ବୁଝାସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିବା ସୂଚନା ମିଳିଛି।

You might also like