ରାଜଧାନୀରେ ଜରିମାନା ଯୁଦ୍ଧ ; ରାଜମହଲ ଛକରେ ପୁଲିସ-ପବ୍ଲିକ ଖଣ୍ଡଯୁଦ୍ଧ

ଭୁବନେଶ୍ୱର : ନୂଆ ଟ୍ରାଫିକ୍ ଆଇନ୍‌ରେ ମୋଟା ଅଙ୍କର ଫାଇନ୍ ବ୍ୟବସ୍ଥାକୁ ନେଇ ତାତିଲେ ଜନତା। ଖୋଦ୍ ରାଜଧାନୀରେ ସରକାରୀ ଗାଡ଼ିଗୁଡ଼ିକ  ଆଇନ ଖିଲାପ କରୁଥିବା ଅଭିଯୋଗ କରି ରାଜରାସ୍ତାରେ ପୁଲିସକୁ ଘେରିଥିଲେ ଲୋକେ । ଫଳରେ ୨ ଘଣ୍ଟାରୁ ଅଧିକ ସମୟ ଧରି  ରାଜମହଲ ଛକରେ ମୁହାଁମୁହିଁ ହୋଇଥିଲେ ପୁଲିସ୍-ପବ୍ଲିକ୍ । ଟ୍ୱିନ୍‌ସିଟି ପୁଲିସ୍ କମିଶନର୍ କହିଛନ୍ତି ଆସନ୍ତା ମାସେ ଦିମାସ ଯାଏଁ ଡ୍ରାଇଭିଂ ଲାଇସେନ୍ସ କି ପ୍ରଦୂଷଣ ସାର୍ଟିଫିକେଟ୍ ଯାଞ୍ଚ ହେବନି। କିନ୍ତୁ ଟ୍ରାଫିକ୍ ନିୟମ ଉଲଂଘନର ଅନ୍ୟ ୫ଟି ଦିଗକୁ ଜଗୁଛି ପୁଲିସ ।

ଆଜି ରଣକ୍ଷେତ୍ର ପାଲଟିଥିଲା ରାଜମହଲ। ମୁହାଁମୁହିଁ ହୋଇଥିଲେ ପୁଲିସ-ପବ୍ଲିକ। ପୁଲିସ ଗାଡ଼ି, ମୋ ବସ୍, ବିଏମ୍‌ସି  ଗାଡ଼ିକୁ ଘେରି ଯାଇଥିଲେ ଉତ୍ତ୍ୟକ୍ତ ଜନତା। ଅଭିଯୋଗ, ସରକାରୀ ଗାଡ଼ି ଚଳାଉଥିବା କେଉଁ  ଡ୍ରାଇଭରର ସିଟ୍ ବେଲ୍ଟ ବାନ୍ଧିନଥିଲେ ତ’ ଆଉ କାହାର ଡକ୍ୟୁମେଣ୍ଟ୍ ନଥିଲା। ମୋ ବସ୍ ଥିଲା ଓଭରଲୋଡିଂ। ଏସବୁ ବେଆଇନ କାର୍ଯ୍ୟକୁ ଦେଖି  ଲୋକେ ତାତିବା ସହ ବିଦ୍ରୋହ କରିଛନ୍ତି ।

ସାଧାରଣ ଲୋକଙ୍କ ଭଳି ସରକାରୀ ଗାଡ଼ି ଚାଳକଙ୍କ ବିରୋଧରେ ମଧ୍ୟ ଦଣ୍ଡବିଧାନ କରାଯାଉ ବୋଲି ଦାବି କରିଥିଲେ। ଏପରିକି ରାଜମହଲ ଓଭରବ୍ରିଜ୍ ଉପରୁ କାଚ ବୋତଲ ସହ ଢେଲା ମାଡ଼ ବି ହୋଇଥିଲା। ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବାକୁ ଯାଇ ପୁଲିସ୍‌କୁ ଲାଠିମାଡ଼ କରିବାକୁ ପଡ଼ିଥିଲା।

ଲୋକଙ୍କ ଏ ବିଦ୍ରୋହ ଭିତରେ ଟୁଇନ୍‌ଟି ପୁଲିସ କମିଶନର କହିଛନ୍ତି, କେବଳ ୫ଟି ଗଫଲତି ଦେଖି ଖିଲାପକାରୀଙ୍କ ଠାରୁ  ଜରିମାନା ଆଦାୟ କରାଯାଉଛି। ଦୁଇଚକିଆରେ ୩ ଜଣ ଗଲେ, ହେଲମେଟ୍ କିମ୍ବା ସିଟ୍ ବେଲ୍ଟ ପିନ୍ଧୁନଥିଲେ, ମଦ ପିଇ ଗାଡ଼ି ଚଳାଉଥିଲେ,  ମୋବାଇଲରେ ଗପି ଗାଡ଼ି ଚଳାଉଥିଲେ ଏବଂ ରାସ୍ତାର ଭୁଲ୍ ଦିଗରେ ଗାଡ଼ି ଚଳାଇଲେ ଜରିମାନା ଆଦାୟ କରାଯାଉଛି। ତାପୁଣି ହଜାରେ ଜାଗାରେ ପୁଲିସ ୫୦୦ ଆଦାୟ କରୁଛି ବୋଲି ସିପି କହିଛନ୍ତି। ବର୍ତ୍ତମାନ ପାଇଁ ପୁଲିସ ଇନସ୍ୟୁରାନ୍ସ କିମ୍ବା ପଲ୍ୟୁସନ ସାର୍ଟିଫିକେଟ୍ ଚେକ୍ କରୁନି। ଆଇନ ଉଲ୍ଲଂଘନ କରୁଥିବା ପୁଲିସ କର୍ମଚାରୀଙ୍କ ବିରୋଧରେ ବି କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି କମିଶନର।

ଆହୁରି ପଢ଼ନ୍ତୁ

କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ଗଞ୍ଜେଇ ଜବତ

ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁଉଛି ବଙ୍ଗୋପସାଗରରେ ସୃଷ୍ଟ ଡିପ୍ରେସନ୍‌

ମାତ୍ର ୬ ମିନିଟ୍‌ରେ ନୟାପଲ୍ଲୀରୁ ଏୟାରପୋର୍ଟ ପହଞ୍ଚିଲା ଆମ୍ବୁଲାନ୍ସ

ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଡ୍ରୟର୍‌ରୁ ମିଳିଲା ଲକ୍ଷାଧିକ ଟଙ୍କା

ଦିନକରେ ଆଖି ବୁଜିଲେ ୧୮ କରୋନା ରୋଗୀ

ଓଡ଼ିଶାରେ ତଳ ମୁହାଁ କରୋନା ଗ୍ରାଫ୍‌, ଦିନକରେ ୧,୭୯୩ ପଜିଟିଭ୍‌ ଚିହ୍ନଟ

ମାଟ୍ରିକ୍‌ ସପ୍ଲିମେଣ୍ଟାରୀରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ: ୩୦ ମାର୍କରୁ ମିଳିଲା ୪୨

ଜାହାଜରୁ ଖସି ପଡ଼ିଲେ ୩ ନାବିକ

ଆଜି ପବିତ୍ର ମହା ସପ୍ତମୀ; ଖାଁ ଖାଁ ଲାଗୁଛି ପୂଜା ମଣ୍ଡପ

ଜେଲ୍‌ ଗଲେ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୧୨୮ କରୋନା ଆକ୍ରାନ୍ତ

‘ପ୍ରତିଦିନ ହୋଲସେଲ୍ ଓ ଖୁଚୁରା ଦୋକାନ ଯାଞ୍ଚ କର’

You might also like