• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ଭୁବନେଶ୍ୱର: ଗରିବ ଓ ନାମମାତ୍ର ଚାଷୀଙ୍କ ଧାନରୁଆ ଯନ୍ତ୍ର କିଣାରେ ଭୁଆଁ ବୁଲାଇ ଲକ୍ଷ ଲକ୍ଷ ଟଙ୍କାର ସବ୍‌ସିଡି ବାବଦ ଅର୍ଥ ଚଳୁ କରିଦେଲେ। ଏଭଳି ସାଂଘାତିକ ଅଭିଯୋଗ ଆସିଛି ସମ୍ବଲପୁର ଜିଲ୍ଲା ବାମରା ବ୍ଲକରୁ। ମିଛସତ କହି ଓ ଫୁସୁଲାଇ ଚାଷୀଙ୍କଠୁ ସବ୍‌ସିଡି ବାବଦ ଅର୍ଥ ହଡ଼ପ୍ କରିଛି ମେସିନ୍ ଯୋଗାଇଥିବା ସଂସ୍ଥାର ସ୍ଥାନୀୟ ଡିଲର୍ ଓ ଏଜେଣ୍ଟ। ଠକାମୀର ଶିକାର ଚାଷୀମାନେ ନ୍ୟାୟ ପାଇଁ ଜିଲ୍ଲାପାଳଙ୍କୁ ଫେରାଦ ହେବାବେଳେ ପଦାକୁ ଆସିଛି ଅସଲ ତଥ୍ୟ।

ବିଲୁଙ୍ଗ ଗାଁର ନାମମାତ୍ର ଚାଷୀ ଖୁଲଣା ସେନାପତିଙ୍କ ନାଁରେ ଏକ ଧାନରୁଆ ମେସିନ୍ କିଣା ହୋଇଛି ଓ ସେ ସବ୍‌ସିଡି ଟଙ୍କା ବି ପାଇଛନ୍ତି, ହେଲେ ଖୁଲଣା କିନ୍ତୁ ଏ ବିଷୟରେ ବିନ୍ଦୁ ବିସର୍ଗ ଜାଣିନହାନ୍ତି। ତେବେ ସେ ଟ୍ରାନ୍ସପ୍ଲାଣ୍ଟର କିଣିଥିବାର ଏକ ଦସ୍ତାବିଜ୍‌ରେ ଉଲ୍ଲେଖ ରହିଛି। ଯେଉଁଥିରେ ତାଙ୍କ ଫଟୋ ବି ରହିଛି। ୨୦୧୯-୨୦ ମସିହାରେ ବ୍ଲକ୍ ଜରିଆରେ ଖୁଲଣାଙ୍କ ନାଁରେ ୨ଲକ୍ଷ ୪୨ ହଜାର ୫ଶହ ଟଙ୍କାରେ ଟ୍ରାନ୍ସପ୍ଲାଣ୍ଟର କିଣାଯିବା ପରେ ସବ୍‌ସିଡି ଆକାରରେ ୧ଲକ୍ଷ ୨୧ ହଜାର ୨୫୦ ଟଙ୍କା ଆସିଛି। ପୁଣି ଗତ ଜାନୁଆରୀ ୨୨ରେ ଧାନରୁଆ ଯନ୍ତ୍ର ଯୋଗାଇଛନ୍ତି ବାମରାସ୍ଥିତ ଖୁସି ଏଗ୍ରୋଟେକ୍‌ର ଡିଲର ଲେନିନ୍ ଚୌଧୁରୀ। ଯାହାର ଚେସିସ୍ ଓ ଇଞ୍ଜିନ ନମ୍ବର ବି ଅଛି।

ସେମିତି ଠକାମୀର ଶିକାର ହୋଇଥିବା ଆଉ ଜଣେ ଗରିବ ଚାଷୀ ହେଲେ ଜୁରାବାହାଲର ଗୁରୁଦେବ ପରୁଆ। ତାଙ୍କ ନାଁରେ ବି କାଗଜ କଲମରେ ଧାନରୁଆ ଯନ୍ତ୍ର କିଣାଯାଇ ସବ୍‌ସିଡି ବାବଦରେ ଦେଢ଼ ଲକ୍ଷ ଟଙ୍କା ବାଟମାରଣା ହୋଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଧାନରୁଆ ଯନ୍ତ୍ର ଯୋଗାଇ ଥିବା ଖୁସି ଏଗ୍ରୋଟେକ୍‌ର ଡିଲର କହିଥିଲେ ଯେ ସେ ସବୁ ଚାଷୀଙ୍କୁ ଠିକ୍‌ରେ ସାମଗ୍ରୀ ଯୋଗାଇଛନ୍ତି ଓ ଚାଷୀ ହିଁ ସବ୍‌ସିଡି ଟଙ୍କା ପାଇଛନ୍ତି।

ତାବେ କଥା ଏଇଠି ସରିନି, ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ୨୦୧୮-୧୯ ଓ ୨୦୧୯-୨୦ରେ ବାମରା ବ୍ଲକର ଜୁରାବାହଲ, ବାରଖଣ୍ଡିଆ ଓ ବଲୁଙ୍ଗ ଗାଁର ପାଖାପାଖି ଶହେ ଚାଷୀ ଏମିତି ଠକାମୀର ଶିକାର ହୋଇଥିବା ନଜରକୁ ଆସିଛି। ଧାନରୁଆ ମେସିନ୍ ଓ ସବ୍‌ସିଡି ବାବଦରେ ଖୁସି ଆଗ୍ରୋଟେକ୍‌ର ଡିଲର ଓ ଏଜେଣ୍ଟ ସେମାନଙ୍କୁ ଫୁସୁଲାଇ ଲକ୍ଷ ଲକ୍ଷ ଟଙ୍କା ଚଳୁ କରିଥିବା ସେମାନେ ଅଭିଯୋଗ କରିଛନ୍ତି।

ନ୍ୟାୟ ପାଇଁ ସେମାନେ ମହୁଲପାଲି ଥାନାକୁ ଯାଇଥିଲେ ବି ସୁଫଳ ନମିଳିବାରୁ ଗତ ୧୨ ତାରିଖରେ ସମ୍ବଲପୁର ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିଲେ। ସେତେବେଳେ ଠକାମୀର ଶିକାର ହୋଇଥିବା ଚାଷୀ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଦେଖାଇଥିଲେ। ଯେଉଁଥିରେ ସବ୍‌ସିଡି ଟଙ୍କା ଆସିଥିବା ସ୍ପଷ୍ଟ ଉଲ୍ଲେଖ ରହିଛି। ଅନ୍ୟପଟେ ବାମରା ବ୍ଲକ କୃଷି ଅଧିକାରୀ କହିଛନ୍ତି ଯେ, ତାଙ୍କ ପାଖକୁ ଏଭଳି ଘଟଣା ଆସିନାହିଁ। ଅନଲାଇନ୍ ସିଷ୍ଟମରେ ହିଁ ହିତାଧିକାରୀଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ସବ୍‌ସିଡି ଅର୍ଥ ଆସୁଛି।

https://youtu.be/OccdqUg7dGs

Locals-of-bamara-in-sambalpur-allege-subsidy-scam-by-farm-equipment-dealer
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories