ଆଠଗଡ଼: କଟକ ଜିଲ୍ଲା ଆଠଗଡ ଥାନାର କରିକୋଲ ଛକରେ ଆଜି ଏକ ଟମାଟୋ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡିଛି। ଏନେଇ ଟ୍ରକ୍ରେ ବୋଝେଇ ହୋଇଥିବା ଟମାଟୋ ଏଣେତେଣେ ପଡି ଯାଇଥିଲା।
ଟ୍ରକ୍ଟି ଓଲଟି ପଡିବା ପରେ ଟ୍ରକ୍ ଡ୍ରାଇଭର ଓ ସହଯୋଗୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଅଞ୍ଚଳ ଓ ଆଖପାଖର ଲୋକେ ଟମାଟୋକୁ ବୋହି ନେଇ ଯାଉଥିଲେ। ବସ୍ତା, ବ୍ୟାଗ ଯିଏ ଯାହା ପାଇଲା ସେଥିରେ ଧରି ଯାଉଥାନ୍ତି। ପିଲାଠୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଏହାକୁ ବୋହି ନେଉଥିଲେ। ଏମିତିକି ରାସ୍ତାରେ ଯାଉଥିବା ଲୋକେ ମଧ୍ୟ ନେଉଥିଲେ।
https://www.youtube.com/watch?v=kSRhCdY_rOM&t=12s