ଏ କି ମାନବିକତା? ସାହାଯ୍ୟ ବଦଳରେ ଲୁଟିଲେ ସ୍ନାକ୍ସ ପ୍ୟାକେଟ୍ ଓ ତେଲ

ଅନୁଗୁଳ: ଦିନକୁ ଦିନ ହଜି ଯାଉଛି ମାନବିକତା। ଦୁର୍ଘଟଣାରେ ଆହତମାନେ ଛଟପଟ ହେଉଥିବା ବେଳେ ସେମାନଙ୍କୁ ସାହାଯ୍ୟ ବଦଳରେ ବିଭିନ୍ନ ପ୍ରକାର ସ୍ନାକ୍ସ ପ୍ୟାକେଟ୍ ଓ ଟ୍ୟାଙ୍କରରୁ ତେଲ ଲୁଟିବାରେ ଲାଗି ପଡ଼ିଛନ୍ତି ଲୋକେ। ଅନୁଗୁଳ ଜିଲ୍ଲା କିଶୋର ନଗର ଥାନା ଅନ୍ତର୍ଗତ ଡାଳପକା ନିକଟରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ଆଜି ସକାଳେ ଗୋଟିଏ ଟ୍ରକ ଡାଳପକା ନିକଟରେ ଏକ ତେଲ ଟ୍ୟାଙ୍କର ସହିତ ଧକ୍କା ହେବା ଫଳରେ ଦୁଇଜଣ ଡ୍ରାଇଭର ଗୁରୁତର ଆହତ ହୋଇଥିଲେ। ଛଟପଟ ହେଉଥିବା ଆହତଙ୍କୁ ଲୋକେ ଉଦ୍ଧାର କରିବା ପରିବର୍ତ୍ତେ ଟ୍ରକ୍‌ରେ ଥିବା ବିଭିନ୍ନ ପ୍ରକାର ସ୍ନାକ୍ସ ପ୍ୟାକେଟ୍ ଓ ଟ୍ୟାଙ୍କରରୁ ତେଲ ନେଇ ଯାଉଥିବା ଦେଖିବାକୁ ମିଳିଥିଲା। ବିଶେଷ କରି ସ୍ନାକ୍ସ ଟ୍ରକ ପାଖରେ ଲୋକଙ୍କ ଭିଡ଼ ହୋଇଥିଲା। ଯିଏ ଯାହା ପାରିଲା ବୋହିନେଉଥିଲେ। ଜଣେ ଟ୍ରକ୍‌ରୁ ବାହାର କରୁଥିବା ବେଳେ, ଅନ୍ୟମାନେ ତଳେ ଛିଡ଼ା ହୋଇ ସେହି ପ୍ୟାକେଟକୁ ଟଣାଓଟରା କରି ନେଉଥିଲେ।

ପରେ ପୁଲିସ୍‌ ଓ ଆମ୍ବୁଲାନ୍ସ ଆସି ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ଏହି ଘଟଣାରେ ୨ଜଣ ହେଲ୍‌ପର୍‌ ଫେରାର ଅଛନ୍ତି।

You might also like