ପୋଲିସ୍ ଫୋର୍ସ ଉପରେ ଅତର୍କିତ ପଥର ମାଡ଼ କଲେ ସ୍ଥାନୀୟ ଲୋକେ

ଲକ୍ଷ୍ନୌ: ଲକ୍‌ଡାଉନ୍ ଡ୍ୟୁଟିରେ ଥିବା ପୋଲିସ୍‌କୁ ପଥର ଫିଙ୍ଗା ଘଟଣା ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶ ଆଲିଗଡ଼ରେ ପୋଲିସ୍ ଫୋର୍ସ ଉପରେ ଅତର୍କିତ ପଥର ମାଡ଼ କରିଛନ୍ତି ସ୍ଥାନୀୟଲୋକେ।

ଆଜି ସକାଳୁ ଲକ୍‌ଡାଉନ୍ କଡ଼ାକଡ଼ି କରିବାକୁ ସହରରେ ପୋଲିସ୍ ପଇନ୍ତରା ମାରିଥିଲେ। ତେବେ ଏହି ସମୟରେ କିଛି ଲୋକ ବାହାରେ ବୁଲୁଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ପୋଲିସ୍ ଓ ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା।

ଏହାପରେ ପୋଲିସ୍ ଉପରକୁ ସ୍ଥାନୀୟଲୋକେ ପଥର ମାଡ଼ କରିଥିଲେ। କିଛି ପୋଲିସ୍ ଅଧିକାରୀ ଏଥିରେ ଆହତ ହୋଇଛନ୍ତି। ଏପରିକି ମହିଳା ପୋଲିସ୍ ଅଧିକାରୀଙ୍କୁ ବି ମାଡ଼ ମାରିବାରେ ପଛାଇ ନାହାନ୍ତି ଲୋକେ।

ଘଟଣା ପରେ ଅଞ୍ଚଳରେ ଫୋର୍ସ ବଢ଼ାଯାଇଛି। ସେହିପରି ଆହତ ପୋଲିସ୍ ଅଧିକାରୀଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

 

ଆହୁରି ପଢ଼ନ୍ତୁ

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

ଦିନକରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

୨୪ ଘଣ୍ଟାରେ ଓଡ଼ିଶାରେ ୪,୩୩୦ କରୋନା ପଜିଟିଭ୍‌ ଚିହ୍ନଟ: ଖୋର୍ଦ୍ଧାରୁ ୬୪୪, କଟକରୁ ୫୪୯

ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି, ଆସନ୍ତା ୩ ଦିନ ଯାଏ ବର୍ଷା ସମ୍ଭାବନା

ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ

‘ଜ୍ୱାଇଁ ମୋ ଝିଅ ବେକରେ ଦଉଡ଼ି ଲଗାଇ ମାରି ଦେଇଛନ୍ତି’ 

ବର୍ଷା ହେବାରୁ ଗଛତଳେ ଆଶ୍ରୟ ନେଇଥିଲେ, ହଠାତ୍‌ ହେଲା ବଜ୍ରପାତ

ଆଜି ପୁଣି ସୁସ୍ଥ ସଂଖ୍ୟା ୪ହଜାର ଟପିଲା

‘କରୋନାରୁ ଆରୋଗ୍ୟ ପରେ ବି ହୋଇପାରେ ସଂକ୍ରମଣ’

You might also like