ଗାଡ଼ି ଅଟକାଇ ଲାଞ୍ଚ ମାଗୁଥିବା ପୋଲିସ୍‌କୁ ନିସ୍ତୁକ ମାଡ଼

ଖୋର୍ଦ୍ଧା: ରାସ୍ତାରେ ଗାଡ଼ି ଅଟକାଇ ଲାଞ୍ଚ ମାଗୁଥିବା ପୋଲିସକୁ ସ୍ଥାନୀୟ ଲୋକଙ୍କ ନିସ୍ତୁକ ମାଡ଼। ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡିର ଜଣେ ପୋଲିସଙ୍କୁ ଲୋକେ ମାଡ଼ ମାରିଥିବା ଜଣାପଡ଼ିଛି। ପୋଲିସ ଗାଡ଼ି ଅଟକାଇ ଟଙ୍କା ମାଗୁଥିବା ଅଭିଯୋଗ କରିଛନ୍ତି ଲୋକେ।

ଗତକାଲି ରାତିରେ ପୋଲିସ ଭ୍ୟାନର କର୍ମଚାରୀ ତୋଟାପଡ଼ା ଛକରେ ଗାଡ଼ି ଅଟକାଇ ଟଙ୍କା ମାଗୁଥିବାବେଳେ ଏହାକୁ ବିରୋଧ କରିଥିଲେ ସ୍ଥାନୀୟ ଲୋକେ। ପରେ ପୁଲିସ୍ ଓ ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସ୍ଥିତି ବିଗିଡ଼ିବାରୁ ଉତ୍‌କ୍ଷିପ୍ତ ଲୋକେ ପୋଲିସ କର୍ମୀଙ୍କୁ ମାଡ଼ ମାରିଥିଲେ।

ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା ପୋଲିସ ଟିମ। ଲୋକଙ୍କୁ କବଳରୁ ପୋଲିସ କର୍ମୀଙ୍କୁ ଉଦ୍ଧାର କରିବା ସହିତ ଲୋକଙ୍କୁ ବୁଝାସୁଝା ମଧ୍ୟ କରିଥିଲା। ଘଟଣାର ସତ୍ୟାସତ୍ୟ ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି ପ୍ରତିଶ୍ରୁତି ଦେଇଛନ୍ତି।

You might also like