ଛେଳି ଚୋର କହି ପିଟି ପିଟି ମାରିଦେଲେ

ବାରିପଦା: ମଣିଷ ଦିନକୁ ଦିନ ଏତେ ନୃଶଂସ ହୋଇଯାଉଛି ଯେ ମାନବିକତା, ଦୟାର ଅର୍ଥ ବୁଝୁ ନାହିଁ। ସାମାନ୍ୟା କଥାକୁ ନେଇ ଜଣେ ଅନ୍ୟ ଜଣକୁ ଜୀବନରୁ ମାରିଦେଉଛି। ବାରିପଦାରୁ ଏଭଳି ଏକ ଘଟଣା ସାମ୍ନା ଆସିଛି। ଛେଳି ଚୋର ସନ୍ଦେହରେ ଜଣକୁ ପିଟି ପିଟି ମାରିଦେଇଛନ୍ତି ଲୋକେ। ବାରିପଦା ଟାଉନ୍ ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତ ବ୍ୟକ୍ତି ପାଲବଣୀ ଗାଁର ରବୀ କାଳନ୍ଦୀ।

ଅଭିଯୋଗ ଅନୁସାରେ, ପାଲବଣୀ ଗାଁରୁ ଗତ ୨୫ ତାରିଖରେ ଜଣେ ବ୍ୟକ୍ତିଙ୍କ ଘରୁ ଛେଳି ଚୋରି ହୋଇଥିଲା। ଗାଁର କିଛି ଲୋକ ଏଥିପାଇଁ କାଳନ୍ଦୀ ଉପରେ ସନ୍ଦେହ କରିଥିଲେ।

ପରେ କାଳଦୀକୁ ଗାଁ ନିକଟ ରାସ୍ତାକୁ ଡାକି ନେଇ ସେଠାରେ ଠେଙ୍ଗାରେ ନିସ୍ତୁକ ପିଟିଥିଲେ। ଫଳରେ ଘଟଣା ସ୍ଥଳରେ ହିଁ କାଳନ୍ଦୀର ମୃତ୍ୟୁ ହୋଇଥିବା କୁହାଯାଉଛି। ସେପଟେ ଅଭିଯୋଗ ପରେ ପୋଲିସ ଏ ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

You might also like