ସୁବର୍ଣ୍ଣରେଖା ବନ୍ଦର ପାଇଁ ଇଞ୍ଚେ ଜାଗା ଦେବାକୁ ମନାକଲେ ସ୍ଥାନୀୟ ବାସିନ୍ଦା

ପାନ, ଧାନ ଓ ମୀନ ଭଳି ମୂଲ୍ୟବାନ ଚାଷ ଉଜୁଡିବା ଆଶଙ୍କା

ବାଲେଶ୍ୱର: ପ୍ରସ୍ତାବିତ ସୁବର୍ଣରେଖା ବନ୍ଦରକୁ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକର ଚୌମୁଖ ଅଞ୍ଚଳବାସୀ ଜୋରଦାର ବିରୋଧ କରିଛନ୍ତି। ଏହାସହ ଭିଟାମାଟି ଛାଡ଼ିବାକୁ ସଫା ସଫା ମନା କରିଦେଇଛନ୍ତି। ୨୦୦୮ରେ ବିରୋଧ ଯୋଗୁ ପ୍ରକଳ୍ପ କାମ ଆଗକୁ ବଢ଼ିନଥିଲା। ସାଧାରଣ ନିର୍ବାଚନର ଦିନ କେଇଟା ପୂର୍ବରୁ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ଆସିବାର କାର୍ଯ୍ୟକ୍ରମ ରହିଛି। ହେଲେ କୌଣସି ସ୍ଥିତିରେ ବନ୍ଦର କାମ କରାଇ ନଦେବାକୁ ଗ୍ରାମବାସୀ ଅଡ଼ି ବସିଛନ୍ତି।

ସୂଚନାଯୋଗ୍ୟ, ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ବାଲେଶ୍ୱର ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିବେ। ଏହାସହ ସୁବର୍ଣ୍ଣରେଖା ବନ୍ଦର ପାଇଁ ଭିତ୍ତି ପ୍ରସ୍ତର  ସ୍ଥାପନ କରିବେ।  ୬୯୨ ଏକର ଜମିରେ ହେବ ଏହି ପ୍ରକଳ୍ପ। ଏଥିପାଇଁ ୨୦୦୮ ମସିହାରେ କ୍ରିଏଟିଭ ପୋର୍ଟ ସହିତ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା। ହେଲେ ସେତେବେଳେ ଆଇନଗତ କାରଣ ସହିତ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁ ପ୍ରକଳ୍ପରେ ଡୋରି ବନ୍ଧା ଯାଇଥିଲା।

ଦୀର୍ଘ ୧୦ ବର୍ଷ ପରେ ନିର୍ବାଚନ ସମୟରେ ପୁଣି ଥରେ ଏହି ପ୍ରକଳ୍ପ କଥା ମନେ ପକାଇଛନ୍ତି ରାଜ୍ୟ ସରକାର। ସେପଟେ ପୂର୍ବଭଳି ପାନ, ଧାନ ଓ ମୀନ ଭଳି ମୂଲ୍ୟବାନ ଚାଷ ଚାଲିଯିବା ଭୟରେ ଇଞ୍ଚିଏ ଜାଗା ଛାଡ଼ିବାକୁ ଚୌମୁଖ ବାସିନ୍ଦା ନାରାଜ୍। ତେବେ ଯେଉଁମାନେ ପ୍ରକଳ୍ପକୁ ବିରୋଧ କରିବେ ସେମାନଙ୍କ ଉପରେ ଆଇନ୍‌ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବାଲେଶ୍ୱର ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ କହିଛନ୍ତି।

ବନ୍ଦର କାମ ଆରମ୍ଭ କରିବାକୁ ଗତ ସେପ୍ଟେମ୍ବରରେ କ୍ରିଏଟିଭ ପୋର୍ଟ ଟ୍ରଷ୍ଟ ଜେସିବି ନେଇ ଯାଇଥିଲା। ତେବେ ଗ୍ରାମବାସୀ ଏହାକୁ ବିରୋଧ କରିବାରୁ ଜେସିବିକୁ  ଫେରାଇ ଅଣାଯାଇଥିଲା।ଏହାସହ କ୍ରିଏଟିଭ ପୋର୍ଟ ଟ୍ରଷ୍ଟ ବାଲିବସ୍ତା ପକାଇ କରିଥିବା ରାସ୍ତାକୁ ଭାଙ୍ଗି ଦେଇଥିଲେ ଗ୍ରାମବାସୀ।

ତେବେ  କ୍ରିଏଟିଭ ପୋର୍ଟର ଏମଡି ପି.କେ. ସିଂ କହିଛନ୍ତି, ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା ଚାଲିଛି ଏବଂ ବନ୍ଦର କାମ ସୁରୁଖୁରୁରେ ହେବ।

ଆହୁରି ପଢ଼ନ୍ତୁ

ବଜ୍ରପାତରେ ୫ ମୃତ

ଏଣିକି ଶିକ୍ଷକଙ୍କ ଦକ୍ଷତା ମାପିବେ ଛାତ୍ରଛାତ୍ରୀ

୨୧ ଜଣିଆ ମନ୍ତ୍ରିମଣ୍ଡଳରେ ୧୩ କୋଟିପତି : ଶୀର୍ଷରେ ନବୀନ

ଚତୁର୍ଥ ଶ୍ରେଣୀ ପଢ଼ିଥିବା ବ୍ୟକ୍ତି ଚାଷ ପାଇଁ ତିଆରି କଲେ ମଟର ଚାଳିତ ଯନ୍ତ୍ର

ସ୍ୱାଭିମାନ ଅଂଚଳର ଉନ୍ନତି ପାଇଁ ଅଣ୍ଟା ଭିଡିଲେ ଗ୍ରାମବାସୀ

ପ୍ରେମ ବିବାହ ପରେ ସ୍ତ୍ରୀକୁ ଛାଡ଼ି ସ୍ୱାମୀ ଫେରାର୍‌

ପାର୍ସଲ ପେଟିରୁ ବାହାରିଲା ନାଗସାପ

ନିଜସ୍ୱ ଉଦ୍ୟମରେ ମୋବାଇଲ ଟାୱାର ନିର୍ମାଣ କଲେ ଗ୍ରାମବାସୀ

ଭୁଲ୍‌ ଇଞ୍ଜେକସନ୍ ପାଇଁ ୯ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଅଭିଯୋଗ

ଓଟିଭିର ପ୍ରଭାବ: ମାଟି ଶଙ୍ଖ ଶିଳ୍ପୀଙ୍କୁ ମିଳିଲା ପ୍ରୋତ୍ସାହନ

ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା

ସମୁଦ୍ର କୂଳରେ ବିଛା ଯାଇଥିବା ଜିଓ ସିନ୍ଥେଟିକ୍‌ ଟ୍ୟୁବ୍‌ରେ ଅଗ୍ନିକାଣ୍ଡ

You might also like