ବେଆଇ‌ନ୍‌ ବ୍ଲାଷ୍ଟିଂ ଯୋଗୁ ଫାଟୁଛି ଘର କାନ୍ଥ: ଲୋକେ ହନ୍ତସନ୍ତ

ମୟୂରଭଞ୍ଜ: କପ୍ତିପଦା ତହସିଲ ଅଧିନରେ ଥିବା ଶାରୀଶୁଆ ଗାଁରେ ବେଧଡ଼କ ଚାଲିଛି ପଥର ଖାଦାନ ବ୍ଲାଷ୍ଟିଂ। ପ୍ରଶାସନର ଆଖି ଆଗରେ ଖାଦାନ ବ୍ଲାଷ୍ଟିଂ ହେଉଥିବା ବେଳେ ସବୁ ଜାଣି କିଛି ନ ଯାଣିବା ଭଳି ରାଜସ୍ୱ ରହୁଥିବା ଅଭିଯୋଗ ହେଉଛି।

ବେଆଇନ ପଥର ବ୍ଲାଷ୍ଟିଂ ଦ୍ୱାରା ଆଖ ପାଖ ଅଞ୍ଚଳର କାନ୍ଥରେ ଫାଟ ଦେଖାଦେଲାଣି। ହାତୀଙ୍କ ଚଳପ୍ରଚଳ ସ୍ଥାନ ହୋଇଥିବାରୁ ବ୍ଲାଷ୍ଟିଂ ଶବ୍ଦ ଭୟରେ ହାତୀ ଗାଁ ମୁଖା ହୋଇ ବ୍ୟାପକ ନଷ୍ଟକରୁଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ, ଜଙ୍ଗଲ କ୍ଷୟ କରିବା ସହ ଅବାଧରେ ପଥର ବ୍ଲାଷ୍ଟିଂ କରାଯାଉଥିବା ନେଇ ଚିନ୍ତାରେ ଗାଁ ଲୋକେ।

ଶାରୀଶୁଆରେ ଥିବା ପଥର ଖାଦାନକୁ କିଛି ମାତ୍ରାରେ ଖନନ କରିବା ଲାଗି ପ୍ରଶାସନ ପକ୍ଷରୁ ଅନୁମତି ମିଳିଥିଲା ହେଲେ ଏହାକୁ ଖାତିର  ନକରି ମାଫିଆମାନେ ଦିନ ରାତି ଏଠାରେ  ବେଆଇନ ବ୍ଲାଷ୍ଟିଂ କରୁଛନ୍ତି।

ପରିବେଶ ଉପରେ ଏହାର ପ୍ରଭାବ ପଡୁଥିବା ନେଇ ପରିବେଶବିତଙ୍କ ଚିନ୍ତା ବଢ଼ିଛି।  ଏ ନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କଲେ ସେମାନଙ୍କୁ ହତ୍ୟା ଧମକ ବି ମିଳୁଥିବା ନେଇ ଅଭିଯୋଗ ହୋଇଛି।  ଏନେଇ କପ୍ତିପଦା ତହସିଲଦାରଙ୍କୁ ପଚାରିବାରୁ ବ୍ଲାଷ୍ଟିଂ ସପୂର୍ଣ୍ଣ ବେନିୟମ ଏବଂ ଏହା ବିରୁଦ୍ଧରେ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ଶାରୀଶୁଆ ପାହାଡ଼ରେ ବେଆଇନ ପଥର ବ୍ଲାଷ୍ଟିଂ ଫଳରେ ରାଜ୍ୟ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି।

ଆହୁରି ପଢ଼ନ୍ତୁ

ଇଞ୍ଜିନିୟର ଏବେ ଦିନ ମଜୁରିଆ; କୋଦାଳ ଧରି ମାଟି ବୋହିଲେ

ଜେଲ୍ ଗଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନ; ଆୟର ୨୪୧% ଥିଲା ବେଆଇନ

କୋଭିଡ୍‌-୧୯ ସୁସ୍ଥ ହେବା ପରେ କ’ଣ କରିବେ, ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ

କରୋନାରୁ ସୁସ୍ଥ ହେଲେ ୨୭୧୬ ଜଣ ଆକ୍ରାନ୍ତ

ରକ୍ତମୁଖା ପଡ଼ୋଶୀର ବିଭତ୍ସ କାଣ୍ଡ; ରକ୍ତରେ ଭିଜିଲା ଘର ଓ ଜମି

ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ୬ଟା ୧୫ ମିନିଟ୍‌ ଯାଏଁ ବିଜୁଳି ନଜାଳିବାକୁ ଆହ୍ୱାନ

ଭାଙ୍ଗିଯାଇଛି ପୋଲ, ସମସ୍ୟାରେ ୬ଟି ଗାଁ

ନିଲମ୍ବିତ ହେଲେ ଗୁଣପୁର ତହସିଲଦାର

ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ୱେଲ୍ ମାର୍କରେ ପରିଣତ

ପଥର ଖାଦାନରେ ଚାଲାଣକୁ ନେଇ ମୁହାଁମୁହିଁ ପେସା ଓ ସିପିଆଇଏମ୍

ବାଲେଶ୍ୱର ଉପନିର୍ବାଚନ: ଆକର୍ଷଣ ସାଜିଛନ୍ତି ୯୦ ବର୍ଷର ବେଣୁଧର

ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଲେ ଚେଲ୍ଲାକୁମାର

You might also like