‘ମୋତେ ଛାଡିଦିଅ, ଆଉ ଚୋରି କରିବିନି’
ଭୁବନେଶ୍ୱର: ରାଜଧାନୀରେ ଲୁଟେରା ଆତଙ୍କ। ଧରାପଡିଲା ଲେଡି ଲୁଟେରା। ଆଇଆରସି ଭିଲେଜରେ ଜଣେ ବ୍ୟକ୍ତିଙ୍କ ଘରେ ପଶି ମୋବାଇଲ ଚୋରି କରୁଥିବା ବେଳେ ଲେଡି ଲୁଟେରାଙ୍କୁ ଧରିଛନ୍ତି ସ୍ଥାନୀୟ ବାସିନ୍ଦା। ପରେ ତାକୁ ପୋଲିସରେ ଜିମା ଦେଇଛନ୍ତି। ଚୋରି କରୁଥିବା ବେଳେ ଧରାପଡିବା ପରେ ଲୋକଙ୍କୁ ଛାଡ଼ିଦେବା ଲାଗି ଲୁଟେରା ଗୁହାରୀ କରୁଥିଲା। ସେହି ଭିଜୁଆଲ ଏବେ ଭାଇରାଲ ହେଉଛି।
ଗତ ଅଗଷ୍ଟ ୨ରେ ୟୁନିଟ-୩ ଅଞ୍ଚଳରେ ଜଣେ ସାମ୍ବାଦିକଙ୍କ ଘରୁ ଲୁଟ ହୋଇଥିଲା। ସାମ୍ବାଦିକଙ୍କ ମେନ୍ ଗେଟ୍ ଓ ଘର ତାଲା ଭାଙ୍ଗି ଘରେ କଳାକନା ବୁଲାଇ ଦେଇଛନ୍ତି ଲୁଟେରା। କମିଶନରେଟ ପୋଲିସ ଘଟଣାର ତଦନ୍ତ କରୁଛି। ଗତ କିଛିଦିନ ତଳେ ଏହି ଅଞ୍ଚଳରେ ଜଣେ ଭିଜିଲାନ୍ସ ଡିଏସ୍ପିଙ୍କ ବେକରୁ ଚେନ୍ ଛିଡ଼ାଇ ନେଇଥିଲେ ଦୁର୍ବୃତ୍ତ।
ଲକ୍ଡାଉନ ସମୟରେ ଚାରିଆଡ଼େ ଶୂନାଶାନର ଫାଇଦା ନେଇ ଲୁଟତରାଜ ଚଳାଇଛନ୍ତି ଲୁଟେରା। ଘରେ ଲୁଟିବା ସହିତ ମରଣାନ୍ତକ ଆକ୍ରାମଣ ବି କରୁଛନ୍ତି।