ବିଧାୟକଙ୍କ ହାତପାଣ୍ଠିରୁ କୋଟି କୋଟି ଖର୍ଚ୍ଚ ସତ୍ତ୍ୱେ ପ୍ରକଳ୍ପ ଅଧପନ୍ତରିଆ

୧୩ ବ୍ଲକରେ ଖର୍ଚ୍ଚ ହୋଇନି ୫୧ କୋଟି ଟଙ୍କା

ଭୁବନେଶ୍ୱର : ଖର୍ଚ୍ଚ ହୋଇପାରୁନି ବିଧାୟକଙ୍କ ହାତ ପାଣ୍ଠି। ୧୩ଟି ବ୍ଲକ୍‌ରେ ଖର୍ଚ୍ଚ ନହୋଇ ପଡିରହିଛି ୫୧ କୋଟି ଟଙ୍କା। ସେପଟେ ଯାହା ଖର୍ଚ୍ଚ ହେଉଛି ତାର ବିନିଯୋଗ ପ୍ରମାଣପତ୍ର ବି ଦାଖଲ ହେଉନି। ତା ସହିତ ଅଯଥାରେ ଅପଚୟ ହୋଇଛି ଲକ୍ଷ ଲକ୍ଷ ଟଙ୍କା। ଲୋକାଲ୍ ଫଣ୍ଡ ଅଡିଟ୍‌ ଧରିଛି ଏହି ସତ।

ରାୟଗଡ଼ା କାଶୀପୁରରେ ବିଧାୟକ ଲାଲବିହାରୀ ହିମିରିକାଙ୍କ ହାତ ପାଣ୍ଠିରୁ ଆରମ୍ଭ ହୋଇଥିଲା ଏହି  ମାଉସୀମା ମନ୍ଦିର କାମ।  କିନ୍ତୁ ୪ ବର୍ଷ ତଳେ କାମ ଯେଉଁଠି ଥିଲା ଏବେ ସେଇଠି। କେବଳ ପିଲରରେ ସୀମିତ ରହିଛି ମନ୍ଦିର ନିର୍ମାଣ।

ଜଗତସିଂହପୁର ତିର୍ତ୍ତୋଲ ବ୍ଲକ୍‌ର କଣ୍ଟାପଡାରେ ନିର୍ମାଣାଧୀନ ବାପୁଜୀ କମ୍ୟୁନିଟି ସେଣ୍ଟର ଗତ ମାର୍ଚ୍ଚ ୨୦୧୪ମସିହାରୁ ଅଧାପନ୍ତରିଆ ପଡିରହିଛି। ବିଧାୟକ ରବି ସେଠୀଙ୍କ ୫ ବର୍ଷ ସରିଗଲା, ହେଲେ ସରିପାରିଲାନି କମ୍ୟୁନିଟି ସେଣ୍ଟର ନିର୍ମାଣ।

ଏସବୁ ଅଧାପନ୍ତରିଆ ପ୍ରକଳ୍ପର ଚିତ୍ର ସହ ତଥ୍ୟ ଆସିଛି ଲୋକାଲ ଫଣ୍ଡ ଅଡିଟ ରିପୋର୍ଟରେ। ୨୦୧୨ରୁ ୧୭ ମସିହା ଭିତରେ  ବିଧାୟକଙ୍କ ହାତ ପାଣ୍ଠିରୁ ନିର୍ମାଣ ଚାଲିଥିବା ଏମିତି ୨୮ ପ୍ରକଳ୍ପ ଅଧା ହୋଇ ପଡିଛି। ଯାହା ଆଉ ସଂପୂର୍ଣ୍ଣ ହେବାର ସମ୍ଭାବନା ନାହଁ। ଏସବୁ କାମରେ ଅଯଥା ବ୍ୟୟ ହୋଇଛି ୩୧ ଲକ୍ଷ ୮୯ ହଜାର ଟଙ୍କା।

ଏପଟେ ବିଧାୟକଙ୍କ ପାଣ୍ଠିରୁ ସମସ୍ତ ଟଙ୍କା ଖର୍ଚ୍ଚ ହୋଇଯାଇଥିଲେ ମଧ୍ୟ ୨୬ ଟି ପ୍ରକଳ୍ପର କାମ ସରିପାରିନାହିଁ। ଏସବୁ ପ୍ରକଳ୍ପ ବାବଦକୁ ୪୫ ଲକ୍ଷ ୪୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ଅଡିଟ୍‌ ରିପୋର୍ଟରେ ଦର୍ଶାଯାଇଛି।   ୧୨ରୁ ୧୭ ମସିହା ଭିତରେ ୧୩ଟି ବ୍ଲକ୍‌ରେ ବିଭିନ୍ନ ପ୍ରକଳ୍ପ ପାଇଁ ବିଧାୟକମାନେ ୯୦ କୋଟି ଟଙ୍କା ଦେଇଥିବା ବେଳେ ଏଥିରୁ ଖର୍ଚ୍ଚ ହୋଇଛି  ୩୮ କୋଟି ଅର୍ଥାତ୍ ମାତ୍ର ୪୨ ପ୍ରତିଶତ  ୫୧ କୋଟି ୪୩ ଲକ୍ଷ ଟଙ୍କା ଖର୍ଚ୍ଚ ନ ହୋଇ ପଡିରହିଥିବା ଦର୍ଶାଇଛି ଅଡିଟ୍ ରିପୋର୍ଟ।

ଆଶ୍ଚର୍ଯ୍ୟର କଥା ଚମ୍ପୁଆ ବ୍ଲକ୍‌ ପାଇଁ ମାତ୍ର ୩ କୋଟି ୮୬ ଲକ୍ଷ ଆବଣ୍ଟନ ହୋଇଥିବା ବେଳେ ଖର୍ଚ୍ଚ ହୋଇଛି ୫ କୋଟି ୩୦ ଲକ୍ଷ ।ଏଭଳି ଅନିୟମିତତା ଯୋଗଁ ଅନ୍ୟ ପ୍ରକଳ୍ପର କାମ ବାଧାପ୍ରାପ୍ତ ହେଲା ବୋଲି ଅଡିଟ୍‌ରେ କୁହାଯାଇଛି।

କେବଳ ଏତିକି ନୁହେଁ, ଏହି ୫ ବର୍ଷ ଭିତରେ ୧୩ଟି ବ୍ଲକ୍‌ରେ ହୋଇଥିବା କାମ ମଧ୍ୟରୁ ୮ କୋଟି ୬୬ ଲକ୍ଷ ଟଙ୍କାର ୟୁ ସି ବା ବିନିଯୋଗ ପ୍ରମାଣ ପତ୍ର ଦାଖଲ କରାଯାଇନାହିଁ। ଟଙ୍କା ଖର୍ଚ୍ଚ ନ ହେବା ଓ ୟୁସି ନ ଦିଆଯିବାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ।

ଆହୁରି ପଢ଼ନ୍ତୁ

ଶ୍ରୀମନ୍ଦିର ସୁରକ୍ଷା ନେଇ କ୍ୟାବିନେଟ୍ ନିଷ୍ପତ୍ତି ପରେ ବଢୁଛି ଅସନ୍ତୋଷ

ଦୌଡ଼ୁଥିବା ଘୋଡ଼ା ପିଠିରେ ଠିଆ ହୋଇ ତ୍ରିରଙ୍ଗା ଉଡ଼ାଇଲେ ବାଳକ

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧବାର୍ଷିକୀ

ଅଗଷ୍ଟ ୧୫: ଭାରତର ସ୍ୱାଧୀନତା ପାଇଁ କିଏ ବାଛିଥିଲେ ଏହି ତାରିଖ ?

ଯେତେବେଳେ ମୋଦିଙ୍କୁ ସୁଷମା କହିଥିଲେ,‘ଆରେ ଭାଇ ଏମିତି ହୁଏନି’

ଘାତକ ହେଉଛି ସର୍ପାଘାତ ; ରାଜ୍ୟରେ ଚିନ୍ତାଜନକ ଭାବେ ବଢି ଚାଲିଛି ସାପ କାମୁଡ଼ାଜନିତ ମୃତ୍ୟୁ

ସଂଗ୍ରାମୀଙ୍କ ରକ୍ତରେ ଭିଜା ଲାଲ୍‌ମାଟିକୁ ବୋତଲରେ ରଖି ପୂଜା କରୁଥିଲେ ଭଗତ୍‌ ସିଂ

ଏବେ ବି ଗୁଲାମଗିରିରୁ ମୁକୁଳି ନାହାନ୍ତି ପିମ୍ପୁଡ଼ି….ଜାଣନ୍ତୁ କିଛି ରୋଚକ କଥା

ଏବେ ଶ୍ରୀନଗରବାସୀଙ୍କ ସୁଖଦୁଃଖର ସାଥୀ ଏଇ ଦୁଇ ମହିଳା ଅଫିସର

ବୃଦ୍ଧ ଦମ୍ପତିଙ୍କୁ ପ୍ରଶଂସା ; ଘରେ ପଶିଥିବା ଲୁଟେରାଙ୍କୁ କଲେ କଡ଼ା ମୁକାବିଲା

ପଜେସିଭ୍‌ ପାର୍ଟନର୍‌ଙ୍କୁ ମନେଇବାକୁ ଚାହୁଁଛନ୍ତି ? ଆପଣାନ୍ତୁ ଏସବୁ ଉପାୟ

ଅଜବ ଚିକିତ୍ସା ; କାମୁଡି କାମୁଡି ରୋଗ ଭଲ କରୁଛି ଗୁଣିଆ

You might also like