ଋଣ କରାଇ ଦେବା ନାଁରେ ଲୋକଙ୍କୁ ଠକୁଛି ଏମିତି ଏକ ସଂସ୍ଥା

ବାଲେଶ୍ୱର: ବାଲେଶ୍ୱର ସହରରେ ଏବେବି କିଛି ସଂସ୍ଥା ଋଣ କରାଇ ଦେବା ନାଁରେ ଲୋକଙ୍କୁ ଠକୁଥିବା ଅଭିଯୋଗ ହୋଇଛି। ଚିଟ୍‌ଫଣ୍ଡ ସଂସ୍ଥା ବନ୍ଦ ହେବା ପରେ ଏଭଳି କିଛି ସଂସ୍ଥା ବିନା ସାଇନ ବୋର୍ଡରେ ଅଫିସ୍ କରି ଲୋକଙ୍କୁ ଠକୁଥିବା ନଜରକୁ ଆସିଛି।

ବାଲେଶ୍ୱର ସହରର ସହଦେବଖୁଣ୍ଟାରେ ମୁସ୍କାନ ମାର୍କେଟିଂ ସଲ୍ୟୁସନ ନାମକ ଏକ ସଂସ୍ଥା ନାଁରେ ଆସିଛି। ଅଭିଯୋଗ ମୁତାବକ, ଏହି ସଂସ୍ଥା ସ୍ୱୟଂ ସହାୟକ ଗୋଷ୍ଠୀ ଓ ବ୍ୟକ୍ତି ବିଶେଷଙ୍କୁ ବ୍ୟକ୍ତିଗତ ଋଣ ବିଭିନ୍ନ ବ୍ୟାଙ୍କ ଜରିଆରେ କରାଇଦେବାର ପ୍ରଲୋଭନ ଦେଖାଉଛି। ଏହି ସଂସ୍ଥା ଋଣ ହେବା ପୂର୍ବରୁ ପ୍ରୋସେସିଙ୍ଗ ଫିସ୍ ବାବଦ ଆଗୁଆ ଟଙ୍କା ନେଉଛି। କେବଳ ସେତିକି ନୁହେଁ, ଋଣ ହୋଇଯିବା ପରେ ଗ୍ରାହକ କେତେ ଟଙ୍କା ଦେବ ସେ ବାବଦ ଆଗୁଆ ଚେକ୍ ମଧ୍ୟ ନିଆହେଉଛି।

ଏ ସମ୍ପର୍କରେ ସଂସ୍ଥାର ମାଲିକ ଗୌରାଙ୍ଗ ବେହେରାଙ୍କ ସହିତ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନି। ପୋଲିସ ଘଟଣାର ଖୋଳତାଡ଼ କରୁଛି।

You might also like