ରାଜ୍ୟ ସରକାରଙ୍କ ମୁଣ୍ଡ ଉପରେ ଝୁଲୁଛି ଆର୍ଥିକ ବୋଝର ଖଣ୍ଡା

ଭୁବନେଶ୍ୱର: ବିଭିନ୍ନ ଯୋଜନା ପାଇଁ ରାଜ୍ୟ ସରକାରଙ୍କ ଉପରେ ବ୍ୟୟବରାଦର ବୋଝ ବଢ଼ିବାରେ ଲାଗିଛି। ଅର୍ଥାତ୍‌ ରାଜ୍ୟ ସରକାରଙ୍କ ମୁଣ୍ଡ ଉପରେ ଝୁଲୁଛି ଆର୍ଥିକ ବୋଝର ଖଣ୍ଡା। ତେବେ ଏଭଳି ସ୍ଥିତିରେ ରାଜ୍ୟ ସରକାର ସୋଶାଲ୍‌ ମିଡ଼ିଆରେ ପାଣି ଭଳି କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରାୟ ୨ କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଥିବା ତଥ୍ୟ ସାମ୍ନାକୁ ଆସିଛି।

ବିଧାନସଭାରେ ବିଧାୟକ ଶଙ୍କର ଓରାମଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ତଥ୍ୟ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରଦାନ କରିଛନ୍ତି।  ତାଙ୍କ ସୂଚନା ଅନୁଯାୟୀ, ‘ଓଡ଼ିଶାର ସିଏସ୍ଏମ୍ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ କମ୍ପାନୀ ବର୍ତ୍ତମାନ ସୁଦ୍ଧା ୧ କୋଟି ୮୩ ଲକ୍ଷ ୪୩ ହଜାର ଟଙ୍କା ନେଇ ସାରିଲାଣି। ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଅଧୀନରେ ଥିବା ଓକାକ୍ ବିଭିନ୍ନ ଇ-ଗଭର୍ଣ୍ଣାନ୍ସ ପ୍ରକଳ୍ପରେ କନ୍ସଲଟାନ୍ସି କାର୍ଯ୍ୟ ପାଇଁ ଘରୋଇ ସଂସ୍ଥାକୁ ନିୟୋଜିତ କରିଛି।’

ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ତଥ୍ୟ ଅନୁଯାୟୀ, ସିଏସ୍ଏମ୍ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍ ସମେତ ୱିପ୍ରୋ ଲିମିଟେଡ, ଥ୍ରି-ଆଇ ଇନ୍‌ଫୋଟେକ୍‌, ଜାତୀୟସ୍ତରର ଇ ଆଣ୍ଡ ୱାଇ ଏଲ୍ଏଲ୍‌ପି ଆଦି ଏକାଧିକ କମ୍ପାନୀକୁ ଲକ୍ଷ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯିବା ସହ ପୈଠ କରାଯାଇଛି।

You might also like