ସିସିଟିଭିରେ କଏଦ ହେଲା ଲାଇଭ୍ ଲୁଟର ଦୃଶ୍ୟ, ଟଙ୍କା ଉଠାଇ ନେଉଥିବା ବେଳେ ବାଇକରୁ ଟଙ୍କା ବ୍ୟାଗ ନେଇ ଫେରାର ଲୁଟେରା

କେନ୍ଦ୍ରାପଡା(ମନୋଜ କୁମାର ସ୍ୱାଇଁ)  : ସିସିଟିଭିରେ କଏଦ ହେଲା ଲାଇଭ୍ ଲୁଟର ଦୃଶ୍ୟ । କେନ୍ଦ୍ରାପଡ଼ା ବଣିଆମାଳରେ ବ୍ୟାଙ୍କରୁ ଟଙ୍କା ଉଠାଇ ନେଉଥିବା ବେଳେ ବାଇକରୁ ଟଙ୍କା ବ୍ୟାଗ ନେଇ ଫେରାର ହୋଇଗଲା ଲୁଟେରା ଏନେଇ ଥାନାରେ ଅଭିଯୋଗ ହେବାପରେ ପୋଲିସ ଖୋଳତାଡ କରୁଛି ।

ଅଭିଯୋଗ ଅନୁସାରେ, ବଳଭଦ୍ର ପଣ୍ଡା ବ୍ୟାଙ୍କରୁ ଟଙ୍କା ଉଠାଇ ସମବାୟ ବ୍ୟାଙ୍କରେ ଜମା କରିବାକୁ ଯାଉଥିଲେ।  ରାସ୍ତାରେ ବାଇକ୍ ରଖି କଥା ହେଉଥିବା ବେଳେ ଦୁର୍ବୃତ୍ତ ଟଙ୍କା ବ୍ୟାଗ ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ବ୍ୟାଗରେ ଏକ ଲକ୍ଷ ଟଙ୍କା ଥିଲା। ଗତ ୧୫ ତାରିଖରେ ଏହି ଲୁଟ୍ ହୋଇଥିଲା। ଏନେଇ ଥାନାରେ ଅଭିଯୋଗ ହେବାପରେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ସିସିଟିଭି ଆଧାରରେ ଚୋରକୁ ଧରିବା ପାଇଁ ପୁଲିସ ଖୋଲତାଡ କରୁଛି।

You might also like