ଇ-ଟୋକନ ବ୍ୟବସ୍ଥାକୁ ଗଞ୍ଜାମ ଜିଲ୍ଲା ମଦ ବ୍ୟବସାୟୀ ସଂଘର ନାପସନ୍ଦ

ଭୁବନେଶ୍ୱର: ଆଜିଠୁ କାଉଣ୍ଟରରେ ଆରମ୍ଭ ହୋଇଛି ମଦ ବିକ୍ରି। ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଇ-ଟୋକନ୍ ବ୍ୟବସ୍ଥା ଜରିଆରେ କାଉଣ୍ଟରରୁ ମଦ କିଣିପାରିବେ ଗ୍ରାହକ। ଉଭୟ ଅଫଲାଇନ୍‌ ସପ୍ ଏବଂ ଅନ୍‌ଲାଇ ସପ୍‌ରେ ମଦ ବିକ୍ରି ପାଇଁ ଅନୁମତି ମିଳିଛି। ଏଥିପାଇଁ ସ୍ୱତନ୍ତ୍ର ଗାଇଡ୍‌ଲାଇନ୍ ଜାରି କରିଛି ଅବକାରୀ ବିଭାଗ। ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତା ରଖିବା ସହ ମଦ ଦୋକାନ ଆଗରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି।

ପ୍ରଥମ ଦିନରେ ରାଜଧାନୀର ମଦ ଦୋକାନରେ ଏତେଟା ଭିଡ଼ ଦେଖିବାକୁ ମିଳିନଥିଲା। ତେବେ ଅଫଲାଇନ ମଦ ବିକ୍ରି ପାଇଁ ଇ-ଟୋକନ ବ୍ୟବସ୍ଥା କରାଯାଇଥିବା ବେଳେ ଏହାକୁ ନାପସନ୍ଦ କରିଛି ଗଞ୍ଜାମ ଜିଲ୍ଲା ମଦ ବ୍ୟବସାୟୀ ସଂଘ। ସେପଟେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ମଦ ଦୋକାନରେ ସାମାଜିକ ଦୂରତା ରକ୍ଷା କରି ଗ୍ରାହକ ମଦ କିଣୁଥିବା ଦେଖିବାକୁ ମିଳିଛି। ତେବେ ସମ୍ବଲପୁରରେ ଆଜି କୌଣସି ମଦ ଦୋକାନ ଖୋଲା ନଥିଲା। ଜିଲ୍ଲା ଅବକାରୀ ଅଧୀକ୍ଷକ କହିଛନ୍ତି ଦୋକାନୀଙ୍କ ଲାଇସେନ୍ସ ଫି ବକେୟା ଥିବାରୁ ସେସବୁ ସଂଗ୍ରହ ପ୍ରକ୍ରିୟା ଚାଲିଥିଲା। କାଲିଠାରୁ ସ୍ୱାଭାବିକ ଭାବେ ମଦ ଦୋକାନ ଖୋଲିବ।

ଆହୁରି ପଢ଼ନ୍ତୁ

ବିଜେଡିରେ କେଁ: ଇସ୍ତଫା ଦେଉ ଦେଉ ଦଳରୁ ବିଦା ହେଲେ ଯୁବ ନେତା

Odisha Plus 3 Admissions: ପ୍ରକାଶ ପାଇଲା ପ୍ରଥମ କଟ୍ ଅଫ୍ ମାର୍କ

ଦିନକରେ ୧୬ କରୋନା ରୋଗୀଙ୍କ ମୃତ୍ୟୁ, ଓଡ଼ିଶାରେ ୮୦୦ ଟପିଲା ମୃତ୍ୟୁ ସଂଖ୍ୟା

ଦିନକରେ ଓଡ଼ିଶାରେ ୩,୨୩୫ କରୋନା ଆକ୍ରାନ୍ତ‌ ଚିହ୍ନଟ

ପ୍ରତି ୧୫ ଦିନରେ କୋଭିଡ୍ ହସ୍ପିଟାଲ୍‌ରେ ହେବ ଫାୟାର ସେଫ୍ଟି ଅଡିଟ୍

ଆଗ ଭୁଲ୍ କଲା,‌ ପରେ କ୍ଷମା ମାଗିଲା: ସମ୍ବଲପୁରୀ ଶାଢୀ ପଶ୍ଚିମବଙ୍ଗର ବୋଲି କହିଲା Amazon

Plus III Admission: ଆଜି ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ

ତାପଙ୍ଗର ହାତିଆ ମୁଣ୍ଡିଆ ନିଷିଦ୍ଧାଞ୍ଚଳ ଘୋଷିତ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଗାଈଗୋରୁଙ୍କ ଜୀବନ ରକ୍ଷା ପାଇଁ ଅଭିନବ ପ୍ରୟାସ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

You might also like