ବହି ଦୋକାନରେ ବିକ୍ରି ହେଉଛି ମଦ

ଭୁବନେଶ୍ୱର: ଚାରିଆଡ଼େ ଲକଡାଉନ୍।  ତାହାରି ଭିତରେ ସରକାର ଜାରି କରିଛନ୍ତି ନା ନା କଟକଣା। ହେଲେ ଅମାନିଆଙ୍କ ପାଇଁ କିନ୍ତୁ କିଛି ଫରକ୍ ପଡ଼ୁନି। ସ୍ୱାର୍ଥ ପାଇଁ କିଏ ଗଳାବାଟର ଆଶ୍ରା ନେଉଛନ୍ତି, ତ ଆଉ କିଏ ଆଇନ ଆଖିରେ ଧୂଳି ଦେଉଛନ୍ତି। କଳାଧନ୍ଧାର ବେପାର ଲମ୍ବିଛି ଗାଁଠୁ ସହର ଯାଏଁ।

ଲକ୍ ଡାଉନ୍ ସମୟରେ ବେଧଡ଼କ ଚାଲିଛି ମଦ ବେପାର। ସରକାର ଅନୁମତି ଦେଇଥିବା  ବହି ଦୋକାନରେ ବିକ୍ରି ହେଉଛି ମଦ।  ନୟାଗଡ଼ରେ ଏପରି ଚାଲିଛି ଖୁଲମ ଖୁଲା ମଦ ବିକ୍ରି। ନୟାଗଡ଼ ଇଟାମାଟିର ଜ୍ଞାନ ମନ୍ଦିର ନାମକ ଏକ ବହି ଦୋକାନରେ ଏପରି ଚୋରା ମଦ କାରବାର ଚାଲିଥିଲା। ପୋଲିସ ବହି ଦୋକାନୀ  ବୁବୁ ସାହୁ ଓରଫ ଅଭିଜିତକୁ  ଉଠାଇ ନେଇଥିବା ଜଣାଯାଇଛି।

ବହି ଦୋକାନୀ ଗ୍ରାହକଙ୍କ ଆବଶ୍ୟକତା ଅନୁସାରେ ଯୋଗାଇ ଦେଉଥିଲେ ମଦ। ଦୋକାନରେ ବୋତଲ ସହ  ପେଟି ଭର୍ତ୍ତି ମଦି ବି ବିକ୍ରି ହେଉଛି। ବୋତଲକୁ  ୧୨୦ ଟଙ୍କା ଦରରେ ବିକ୍ରି ହେଉଛି।

ସବୁଠାରୁ  ଆଶ୍ଚର୍ଯ୍ୟର କଥା, ଥାନାଠାରୁ ମାତ୍ର ୫୦ ମିଟର  ଦୂରରେ ଏପରି କାରବାର ଚାଲିଥିଲେ ହେଁ ଜାଣିପାରୁନି ପୋଲିସ।

ଖାଲି ନୟାଗଡ ନୁହେଁ,  ଭୁବନେଶ୍ୱରରେ ମଧ୍ୟ ଚାଲିଛି ଖୁଲମଖୁଲା ମଦ କାରବାର। ଜୟଦେବ ବିହାରର ନିକଟରେ ଚାଲିଛି ମଦ କାରବାର। ମାଉସୀ ନାଁରେ ପରିଚିତ ମହିଳା ଘରେ ବିକୁଛନ୍ତି ମଦ।  ମାଉସୀ ଦେଶୀ ମଦ ଗ୍ଲାସ ପିଛା ୬୦ରୁ ୮୦ ଟଙ୍କାରେ ବିକ୍ରି ହେଉଛି।

ସେହିପରି ନିଳାଦ୍ରୀ ବିହାରସ୍ଥିତ ବସ୍ତିରେ ମିଳୁଛି ଦେଶୀ ମଦ। ଘରେ ରନ୍ଧା ମଦ ପ୍ରସ୍ତୁତ କରାଯାଇ ବିକ୍ରି ହେଉଛି।

ଏହାବ୍ୟତୀତ ଓଡ଼ିଶାର ଅନେକ ସ୍ଥାନରେ ଲକଡାଉନ ସମୟରେ ଏପରି ବେଧଡକ ଭାବେ ମଦ କାରବାର ଚାଲିଛି । ଓଟିଭି ପକ୍ଷରୁ ହୋଇଥିବା ଏକ ସ୍ୱତନ୍ତ୍ର ଅନୁସନ୍ଧାନ ମୂଳକ ରିପୋର୍ଟରୁ ଏହା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ

ପୋଲିସ ପଞ୍ଝାରେ କଫ୍ ସିରପ୍ ମାଫିଆ ଜଗା, ୧୮ ଶହ ବୋତଲ ଜବତ

କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

You might also like