କ୍ୱାରେଣ୍ଟିନ୍‌ ସେଣ୍ଟରରେ ଲିକର୍‌ ପାର୍ଟି

କେନ୍ଦୁଝର: କ୍ୱାରେଣ୍ଟିନ୍ ସେଣ୍ଟରରେ ଚାଲିଛି ଖୁଲମ୍‌ଖୁଲମ୍‌ ମଦ୍ୟପାନ।  କେନ୍ଦୁଝର ରାମଚନ୍ଦ୍ରପୁର ଖଲଣା ପଞ୍ଚାୟତ କ୍ୱାରେଣ୍ଟିନ୍ ସେଣ୍ଟରରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ। ଏହି ସମୟର ଦୃଶ୍ୟ କେହି ରେକର୍ଡିଂ କରି ନେଇଛି ଯାହା ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି।

ଏହି ମାମଲାରେ ରାମଚନ୍ଦ୍ରପୁର ଥାନା ପୋଲିସ ଜଣଙ୍କୁ ଗିରଫ କରିଛି । ଗିରଫ ଯୁବକ ହେଲେ ଖଲଣା ଗାଁର ବିଷ୍ଣୁ ରାଉତ। ପୋଲିସ ଏ ନେଇ ଅଧିକ ତଦନ୍ତ ଜାରି ରଖିଛି।

ରାଜ୍ୟରେ ମଦ ଦୋକାନ ବନ୍ଦ ଥିବା ବେଳେ ଆଜିଠୁ ଅନଲାଇନରେ ମଦ ବିକ୍ରିକୁ ସରକାର ଅନୁମତି ଦେଇଛନ୍ତି । କ୍ୱାରେଣ୍ଟିନ୍ ସେଣ୍ଟରରେ ରହି ଯୁବକମାନେ ମଦ କେଉଁଠୁ ଆଣିଲେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସବୁଠୁ ବଡ଼ କଥା କ୍ୱାରେଣ୍ଟିନ୍‌ରେ ରହିବା ବେଳେ ଯୁବକମାନେ ସାମାଜିକ ଦୂରତା ନ ମାନି ଏକାଠି ବସି ମଦ ପିଉଥିବାରୁ ଏହି ଘଟଣାକୁ ନେଇ ଚର୍ଚ୍ଚା ଚାଲିଛି।

You might also like