ପୋଲିସ୍‌କୁ ଲୁଚି ପଳାଉଥିଲେ, ଓଲଟି ପଡ଼ିଲା ଗାଡ଼ି

ସୋର: ମଦଭର୍ତ୍ତି କାର ଦୁର୍ଘଟଣାଗ୍ରସ୍ତ। ପୋଲିସ ମଦଭର୍ତ୍ତି କାରକୁ ପିଛା କରୁଥିବା ବେଳେ ଦୁର୍ଘଟଣା ହୋଇଛି। ବାଲେଶ୍ୱର ଜିଲ୍ଲା ସାହାସପୁରା ଗାଁ ନିକଟରେ ନୟନ ଜୋରୀରେ କାରଟି ଓଲଟିଯିବାରୁ ସେଥିରେ ବସିଥିବା ୩ଜଣ ମଦ ବେପାରୀ ସାମାନ୍ୟ ଆହତ ହୋଇଥିଲେ। ୩ଜଣକୁ ପୋଲିସ ଗିରଫ କରିଛି।

ପୁରୁଣା ବାଲେଶ୍ୱରରୁ ୩ଜଣ ଯୁବକ ଗୋଟିଏ କାରରେ ୩୦୦ଲିଟରରୁ ଉର୍ଦ୍ଧ୍ୱ ମଦ ଭର୍ତ୍ତି କରି ସୋର ଆଡକୁ ଯାଉଥିବା ବେଳେ ଗୋପାଳପୁର ପୋଲିସ ଏହି କାରକୁ ପିଛା କରିଥିଲେ।

ଦ୍ରୁତ ଗତିରେ ଯାଉଥିବା ବେଳେ କାରଟି ଭାରସାମ୍ୟ ହରାଇ ନୟନ ଜୋରୀରେ ଓଲଟିଯାଇଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଚିକିତ୍ସିତ କରିବା ପରେ କୋର୍ଟ ଚାଲାଣ କରାଯାଇଛି।

You might also like