ଖୋଲିବ ଲିଙ୍ଗରାଜ ମନ୍ଦିର; ରହିଛି ଏହିସବୁ କଟକଣା

ଭୁବନେଶ୍ୱର: ଆସନ୍ତା କାଲିଠାରୁ ଖୋଲିବ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର। ଏଥିପାଇଁ ଆଜି ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ଅପରାହ୍ନରେ ଅଗ୍ନିଶମ ବିଭାଗ ପକ୍ଷରୁ ଲିଙ୍ଗରାଜ ମନ୍ଦିର ଚାରିପଟେ ବିଶୋଧନ କରାଯାଇଛି। ଆସନ୍ତା କାଲିଠାରୁ ୩୧ ତାରିଖ ପର୍ଯ୍ୟନ୍ତ କେବଳ ସେବାୟତଙ୍କ ପରିବାରକୁ ଦର୍ଶନ ଅନୁମତି ମିଳିବ। ଜାନୁଆରୀ ୧ ଓ ୨ ତାରିଖ ମନ୍ଦିର ବନ୍ଦ ରଖାଯିବାକୁ ନିଷ୍ପତ୍ତି ହୋଇଛି।

Lingaraj Temple On Mahashivratri - ODISHA BYTES

୩ରୁ ୫ ତାରିଖ ପର୍ଯ୍ୟନ୍ତ କେବଳ ଭୁବନେଶ୍ୱର ଲୋକଙ୍କୁ ଦର୍ଶନ ଅନୁମତି ମିଳିବ। ୬ ତାରିଖ ଠାରୁ ସାଧାରଣ ଲୋକେ ଦର୍ଶନ କରିପାରିବେ। ମନ୍ଦିର ପରିସରରେ ସର୍ବାଧିକ ୫ଶହ ଲୋକ ରହିପାରିବେ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ପୂର୍ବରୁ କହିସାରିଛନ୍ତି।

ଜାହାନିଆଁ ପୀଠ

ସର୍ବଧର୍ମ ସମନ୍ୱୟ ପୀଠ ଜାହାନିଆଁରେ ଜମିଛି ଭିଡ଼

ଅନ୍ୟପଟେ ପୁରୀ ଅସ୍ତରଙ୍ଗର ସର୍ବଧର୍ମ ସମନ୍ୱୟ ପୀଠ ଜାହାନିଆଁରେ ଦେଖିବାକୁ ମିଳିଛି ଶ୍ରଦ୍ଧାଳୁଙ୍କ ଭିଡ଼। ନୂଆବର୍ଷକୁ ଦୃଷ୍ଟିରେ ରଖି ପରିବାର ସହ ଏଠାରେ ପିକ୍‌ନିକ ପାଇଁ ଆସୁଛନ୍ତି ଲୋକେ।

ପୀର ବାବାଙ୍କ ପୀଠରେ ଦୀପ ଜଳୁଛି, ସବୁଜ ଚାଦର ବି ଚଢ଼ିଛି। କିଏ ଦୁଇ ହାତ ଯୋଡି ତ କିଏ ଖୋଲା ହସ୍ତରେ ପ୍ରାର୍ଥନା କରୁଛି ପୀର ବାବାଙ୍କୁ। ବିଶ୍ୱାସରେ ମାନସିକ ସୁତାର ଗଣ୍ଠି ପକାଇ ଭକ୍ତ କହୁଛି ବାବା ମୋ ଖୁସୀ ମୋ ଇଚ୍ଛା ତୁମକୁ ଲାଗିଲା। ସେପଟେ ବିସ୍ତୃତ ବେଳାଭୂମିରେ ନାଚ ଗୀତର ଆସର ଜମିଛି। ଦୀର୍ଘ ୯ମାସ ପରେ ଖୋଲିଥିବା ପୁରୀ ଜିଲ୍ଲା ଅସ୍ତରଙ୍ଗ ପୀର୍ ଜାହାନିଆ ପୀଠ ପରିସରର ଦେଖିବାକୁ ମିଳିଛି ଏମିତି ଆସର। ଓଡ଼ିଶାର ଲୋକପ୍ରିୟ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ପର୍ଯ୍ୟଟନସ୍ଥଳୀ ମଧ୍ୟରୁ ଜାହାନିଆଁ ଅନ୍ୟତମ।

କରୋନା ମହାମାରୀ ପାଇଁ ବନ୍ଦ ପଡ଼ିଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଖୋଲିବା ପରେ ଜାହାନିଆଁରେ ଭିଡ଼ ଜମିଛି। ପର୍ଯ୍ୟଟନ ଋତୁ ଆରମ୍ଭ ହେବା ପରେ କିଏ ସାଙ୍ଗ ସାଥୀ ତ କିଏ ପରିବାର ସହ ଏଠାକୁୁ ବଣଭୋଜୀ ପାଇଁ ପହଞ୍ଚିଛନ୍ତିି। ସର୍ବଧର୍ମ ସମନ୍ୱୟର ବିଶେଷତ୍ୱ ରଖୁଥିବା ପୀର୍ ଜାହାନିଆଁ ପୀଠରେ ସବୁ ଧର୍ମର ଲୋକେ ଏକାଠି ହୋଇପାରୁଛନ୍ତି।

ଅନ୍ୟପଟେ ସବୁଜିମାରେ ଭରି ରହିଥିବା ଏହି ପର୍ଯ୍ୟଟନସ୍ଥଳୀର ରକ୍ଷଣାବେକ୍ଷଣ ପାଇଁ ଆହୁରି ଅଧିକ ପଦକ୍ଷେପ ନେବାକୁ ଲୋକମାନେ ଅନୁରୋଧ କରିଛନ୍ତି। ପର୍ଯ୍ୟଟକଙ୍କ ଭିଡ଼ ଦେଖି ଆଗକୁ ପୋଲିସ୍ ବ୍ୟବସ୍ଥା ସହ ପର୍ଯ୍ୟଟକଙ୍କୁ ଅଧିକ ସଚେତନ କରାଯିବ ବୋଲି ସ୍ଥାନୀୟ ତହସିଲଦାର ରାଜଲକ୍ଷ୍ମୀ ନାୟକ କହିଛନ୍ତି।

Allow Puri Jagannath Temple to withdraw funds from Yes Bank: Odisha FM writes to Sitharaman | India News | Zee News

ଆଜିଠାରୁ ଜାଗାକୁ ଦେଖିବ ଆଖି

ଏପଟେ ଆଜିଠାରୁ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ପୁରୀ ବାସିନ୍ଦା।  ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଦର୍ଶନ କେମିତି ସୁରୁଖୁରୁରେ ହୋଇ ପାରିବ, ସେଥିପାଇଁ ସିଂହଦ୍ୱାର ସମ୍ମୁଖରେ ପୋଲିସ ପକ୍ଷରୁ ମକ୍‌ଡ୍ରିଲ୍ ସହ କୋଭିଡ ଗାଇଡ୍ ଲାଇନ୍ ପାଳନର ତଦାରଖ କରାଯାଇଛି ।

ଏସ୍‌ପିଙ୍କ ନେତୃତ୍ୱରେ ୧୮ ପ୍ଲାଟୁନ ଫୋର୍ସ ସହ ୨ ଅତିରିକ୍ତ ଏସ୍‌ପି, ୬ ଡିଏସ୍‌ପି, ୯ ଇନ୍ସପେକ୍ଟର ମୁତୟନ ରହିଛନ୍ତି।  ଶୃଙ୍ଖଳିତ ଦର୍ଶନ ପାଇଁ ୮ଟି କିଓସ୍କ ହୋଇଛି। କିଓସ୍କରେ ଫଟୋ ଉତ୍ତୋଳନ ସହ ପରିଚୟପତ୍ର ଦେଖି ଭକ୍ତଙ୍କୁ ଛଡ଼ାଯିବାକୁ ନିୟମ ରହିଥିଲା। କିଓସ୍କଗୁଡ଼ିକରେ ପୋଲିସ ମୁତୟନ ରହି ଲୋକଙ୍କୁ ସହଯୋଗ କରିବେ ବୋଲି କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂ ସୂଚନା ଦେଇ କହିଥିଲେ।

Suna Besha of Lord Jagannath latest pictures - Odisha News Insightଆଜିିଠୁ ୩୧ ଯାଏଁ ପୁରୀବାସୀଙ୍କ ପାଇଁ ୱାର୍ଡୱାରୀ ଦର୍ଶନ ବ୍ୟବସ୍ଥା କରାଯାଇଛି । ଆଜି ପ୍ରଥମ ଦିନରେ ୨/୩/୬/୯/ ୧୧/୧୨/ ୧୫ ନମ୍ବର ଓ୍ୱାର୍ଡ ବାସୀ ଦର୍ଶନ କରିବେ।

କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ୯ ମାସ ପାଇଁ ବନ୍ଦଥିଲା। ଚାରି ଦିନ ତଳେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ଶ୍ରୀମନ୍ଦିର ସେବାୟତ ଓ ତାଙ୍କ ପରିବାର ଶ୍ରୀଜିଉଙ୍କ ଦର୍ଶନର ସୁଯୋଗ ପାଇଥିଲେ। କରୋନା ସ୍ଥିତିରେ ଦର୍ଶନ ଲାଗି ଜାରି ହୋଇଥିଲା ସ୍ୱତନ୍ତ୍ର ଏସ୍ଓପି । ସେବାୟତ ପରିବାରର ଲୋକମାନେ ନିଜ ନିଜର ସ୍ୱାସ୍ଥ୍ୟବୀମା କାର୍ଡ ସାଙ୍ଗରେ ଆଣି ଦର୍ଶନ କରିଥିଲେ। ନିୟମ ଅନୁସାରେ ଏହା ନଥିଲେ ଅନ୍ୟ ପରିଚୟପତ୍ର ଦେଖାଇବାକୁ ପଡ଼ିବ।

ସେହିଭଳି ଆଜିଠାରୁ ପୁରୀ ସହରବାସୀଙ୍କ ଦର୍ଶନ ପାଇଁ ଟୋକନ୍ ବ୍ୟବସ୍ଥା ହୋଇଛି। ପ୍ରତି ଓ୍ୱାର୍ଡ ବୁଲି ପୌରପାଳିକା ପକ୍ଷରୁ ପରିବାର ମୁଖ୍ୟଙ୍କ ନାଁରେ ଟୋକନ୍ ବଣ୍ଟା ଯିବ। କେଉଁ ଦିନ କେଉଁ ଓ୍ୱାର୍ଡବାସୀ କେତେବେଳେ ଦର୍ଶନ ସୁଯୋଗ ପାଇବେ ସେ ସମୟ ମଧ୍ୟ ଜିଲ୍ଲା ପ୍ରଶାସନ ସ୍ଥିର କରି ସାରିଛି। ଜାନୁଆରୀ ୩ରୁ ପୁରୀ ବାହାରର ଭକ୍ତଙ୍କ ଲାଗି ବାଧ୍ୟତାମୂଳକ କରାଯାଇଛି କୋଭିଡ୍ ନେଗେଟିଭ୍ ରିପୋର୍ଟ। ୬୫ବର୍ଷରୁ ଅଧିକ ଓ ୧୦ବର୍ଷରୁ କମ୍ ପିଲାଙ୍କୁ କରୋନା ସଂକ୍ରମଣ ଦୃଷ୍ଟିରୁ ବର୍ତ୍ତମାନ ସମୟରେ ଦର୍ଶନ ପାଇଁ ବାରଣ କରାଯାଇଛି।

ତେବେ ଏସ୍ଓପି ନିୟମ ଅନୁସାରେ, ଶ୍ରୀମନ୍ଦିର ଭିତରକୁ ଭୋଗ, ଫୁଲ, ଦୀପ ନେବାକୁ ସଂପୂର୍ଣ୍ଣ ବାରଣ କରାଯାଇଛି। ଏହାସହ ମନ୍ଦିର ପରିସରରେ ଓ ଆନନ୍ଦ ବଜାରରେ ମହାପ୍ରସାଦ ସେବନ ପାଇଁ ମଧ୍ୟ ମନା କରାଯାଇଛି। ଦର୍ଶନ ପାଇଁ ଆସୁଥିବା ପୁରୀ ସହରବାସୀ ଟୋକନ ଆଣି ଆସିବେ। ଟୋକନ ସହ ଆଧାର କାର୍ଡ ବା ଭୋଟର କାର୍ଡ ଆଣି ଆସିବା ମଧ୍ୟ ଜରୁରୀ।Sudarsan Pattnaik on Twitter: "May Lord Jagannath bless you all in 2020. My SandArt of Mahaprabhu Jagannatha Nagarjuna Besha at #Puri beach, #Odisha. #JaiJagannath… https://t.co/GxUc2oRQGc"

ବ୍ୟଞ୍ଜନ ଦ୍ୱାଦଶୀରେ ଲାଗି ହେଲା ୧୦୮ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ

ଆଜି ବ୍ୟଞ୍ଜନ ଦ୍ୱାଦଶୀ ଏହି ଅବସରରେ ପୁରୀ ଗୌରବିହାର ଆଶ୍ରମରେ ଶ୍ରୀକୃଷ୍ଣଙ୍କ ପାଖରେ ଲାଗି ହୋଇଛି ୧୦୮ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ। ଯାହା ମଧ୍ୟରେ ରହିଛି ଅନ୍ନ, ତରକାରୀ, ମିଠା, ପିଠା ଓ କ୍ଷୀରି ଭଳି ଶତାଧିକ ପ୍ରକାର ନୈବେଦ୍ୟ। ତେବେ ଚଳିତ ବର୍ଷ କୋଭିଡ୍ କଟକଣା ଯୋଗୁଁ ଆଶ୍ରମରେ ଭକ୍ତଙ୍କ ଭିଡ଼ ଜମିନଥିଲା।

କୋଭିଡ୍ କଟକଣାରେ ଆଶ୍ରମକୁ ଆସିଥିଲେ ଶ୍ରଦ୍ଧାଳୁ। କେବଳ କିଛି ଭକ୍ତଙ୍କୁ ନେଇ କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା କହିଛନ୍ତି ମଠାଧିଶ। ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣଙ୍କୁ ମାଆ ଯଶୋଦା ଏହି ଦ୍ୱାଦଶୀ ତିଥିରେ ନାନା ରକମର ବ୍ୟଞ୍ଜନ ପ୍ରସ୍ତୁତ କରି ଖୁଆଇଥିବାର ବିଶ୍ୱାସ କରାଯାଏ। ସେହି ଉଦ୍ଦେଶ୍ୟରେ ପାଳିତ ହେଉଛି ବ୍ୟଞ୍ଜନ ଦ୍ୱାଦଶୀ।

You might also like