ଅଲିମ୍ପିଅାନ୍ ଲିଲିମା ମିଞ୍ଜ ପାଇବେ ଏକଲବ୍ୟ ପୁରସ୍କାର

ଇମ୍ଫା ପକ୍ଷରୁ ୨୦୧୮ ପାଇଁ ଘୋଷଣା ହେଲା ପୁରସ୍କାର

ଭୁବନେଶ୍ୱର : ଚଳିତ ବର୍ଷ ମହିଳା ହକି ଖେଳାଳି ଲିଲିମା ମିଞ୍ଜଙ୍କୁ ମିଳିିବ ସମ୍ମାନଜନକ ଏକଲବ୍ୟ କ୍ରୀଡା ପୁରସ୍କାର।  ସମାଜର ବିଭିନ୍ନ କ୍ଷେତ୍ରରୁ ପ୍ରତିନିଧିତ୍ୱ କରୁଥିବା ବିଚାରକଙ୍କୁ ନେଇ ଗଠିତ ଏକଲବ୍ୟ କମିଟି ଦ୍ୱାରା ତାଙ୍କୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଛି।

ଏକଲବ୍ୟ ସମାରୋହରେ ପାଞ୍ଚଲକ୍ଷ ଟଙ୍କାର ପୁରସ୍କାର ରାଶି ସହ ମାନପତ୍ର ପ୍ରଦାନ କରାଯିବ। ଅନ୍ତର୍ଜାତୀୟ ମହିଳା ହକି ଖେଳାଳି ଲିଲିମା ମିଞ୍ଜ ପ୍ରଥମ ଥର ୨୦୧୧ରେ ଜାତୀୟ ଦଳରେ ପ୍ରତିନିଧିତ୍ୱ କରିଥିଲେ। ସେ ଶହେରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ ଖେଳି ସାରିଛନ୍ତି। ଏହାସହ ୨୦୧୬ ଅଲିମ୍ପିକ୍ସରେ ଭାରତୀୟ ଦଳରେ ସ୍ଥାନ ପାଇଥିଲେ।

ସେହିପରି ଭାରତ୍ତୋଳକ ଝିଲି ଦଳବେହେରା ଓ ବ୍ୟାଡମିଣ୍ଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡାଙ୍କୁ ସାଇଟେସନ ପୁରସ୍କାରରେ ସମ୍ମାନିତ କରାଯିବ । ଉଭୟଙ୍କୁ ମାନପତ୍ରର ସହ ୫୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯିବ। ଇମ୍ପା ପକ୍ଷରୁ ୨୦୧୮ ପାଇଁ ଏହି ପୁରସ୍କାର ଘୋଷଣା ହୋଇଛି।

You might also like