ବର୍ଷା: ଆଜିଠାରୁ ୨ ଦିନ ଯାଏ ଭିଜିବ ଓଡ଼ିଶା

ଭୁବନେଶ୍ୱର ଆଜିଠାରୁ ୨ ଦିନ ଯାଏ ଭିଜିବ ଓଡ଼ିଶା। ରାଜ୍ୟରେ ୨ଦିନ ଧରି ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

Image result for rain in beautyfull village"

ଆଜି ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳର କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଏହାସହ ଉତ୍ତର ଓ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟ ସାମାନ୍ୟ ବର୍ଷା ସମ୍ଭାବନା ରହିଛି। ଏବଂ ଅନ୍ୟ ସବୁ ଜିଲ୍ଲାରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

Image result for rain in beautyfull village"

କେବଳ ବର୍ଷା ନୁହେଁ, ବଜ୍ରପାତ ହେବା ନେଇ ମଧ୍ୟ ଆଶଙ୍କା ରହିଛି। ଆଜି ଓ ଆସନ୍ତାକାଲି କିଛି ସ୍ଥାନରେ ବଜ୍ରପାତର ପୁର୍ବାନୁମାନ କରିଛି ପାଣିପାଗ ବିଭାଗ। ଏଥିଲାଗି ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣି ଜାରି କରାଯାଇଛି।

Image result for rain in beautyfull village"

ଏହି ସବୁ ଜିଲ୍ଲାଗୁଡ଼ିକ ହେଲା-କେନ୍ଦୁଝର, ମୟୂରଭଂଜ, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଏବଂ କଟକ। ସେହିପରି ସୁନ୍ଦରଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, ଭଦ୍ରକ ଏବଂ ଝାରସୁଗୁଡ଼ାରେ ଆସନ୍ତକାଲି ଘନ କୁହୁଡି ଦେଖାଦେଇପାରେ।

Image result for rain in beautyfull village"

You might also like