ବଜ୍ରପାତରେ ଚାଲିଗଲା ୨ ଜୀବନ

ବାଙ୍କୀ: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆଜି ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି।  ଟ୍ୱିନ୍‌ ସିଟିରେ ମଧ୍ୟ ବର୍ଷା ଲାଗି ରହିଛି।

ବାଙ୍କୀରେ ବର୍ଷା ସାଙ୍ଗକୁ ବଜ୍ରପାତ ଘଟି ୨ ଜଣଙ୍କର ମୃତ୍ୟୁ ଘଟିଛି। ୩ ଜଣ ଗୁରୁତର ଅଛନ୍ତି।

ଆଜି ସକାଳେ ବାଙ୍କୀ ଥାନା ଅନ୍ତର୍ଗତ ଦୋଳଣାପୁର ନିକଟରେ ୫ ଜଣ ବିଲକୁ କାମ କରିବାକୁ ଯାଉଥିଲେ। ବର୍ଷା ସାଙ୍ଗକୁ ବଜ୍ରପାତ ହେଉଥିବା ଦେଖି ସେମାନେ ଏକ ଗଛମୂଳେ  ଛିଡ଼ା ହୋଇଥିଲେ। ହଠାତ୍‌ ବଜ୍ରପାତ ହେବାରୁ ୫ ଜଣ ଯାକ ତଳେ ପଡି ଯାଇଥିଲେ।

ସ୍ଥାନୀୟ ଲୋକେ ତୁରନ୍ତ  ସେମାନଙ୍କୁ ବାଙ୍କୀ ଡାକ୍ତରଖାନା ଆଣିଥିଲେ। ହେଲେ ଡାକ୍ତର ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ଅନ୍ୟ ୨ ଜଣ ବାଙ୍କୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

You might also like