୫.୩୦ ଯାଏଁ ବର୍ଷା ଓ ବଜ୍ରପାତ ନେଇ ସତର୍କ ସୂଚନା

ଭୁବନେଶ୍ୱର: ଅପରାହ୍ଣ ୫.୩୦ ଯାଏଁ ବର୍ଷା ଓ ବଜ୍ରପାତ ସମ୍ଭାବନା। ଝଡ଼ବର୍ଷା ଓ ବଜ୍ରପାତ ନେଇ ରାଜ୍ୟର ଅଧା ଜିଲ୍ଲାକୁ ସତର୍କ ସୂଚନା ଦେଲା ଆଞ୍ଚଳିକ ପାଣିପାଗ ବିଭାଗ। ସୁନ୍ଦରଗଡ଼, ସମ୍ବଲପୁର, ନୂଆପଡ଼ା, ଦେବଗଡ ବଜ୍ରପାତ ନେଇ ସମ୍ଭାବନା ରହିଛି। ସେହିପରି ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା ଓ ବାଲେଶ୍ୱର, କେନ୍ଦୁଝର, ଅନୁଗୁଳ, କଟକ, ପୁରୀ ଓ ମୟୂରଭଞ୍ଜରେ ବର୍ଷା ବଜ୍ରପାତ ସୂଚନା ଦିଆଯାଇଛି।

କଟକ ଓ ଭୁବନେଶ୍ୱରର ସହରବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଆଜି ମାଲକାନାଗିରିରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ମାଲାକାନାଗିରିରେ ୪୧.୬ ମିଲିମିଟର ବର୍ଷା ହୋଇଥିବା ବେଳେ କୋରାପୁଟରେ ୧୯.୨ ମିମି ଓ ସୁନ୍ଦରଗଡ଼ରେ ୧୮.୪ ମିମି ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ

You might also like