ହୁଣ୍ଡିରୁ ମିଳିଲା ଏମିତି ଚିଠି; ଲେଖା ହୋଇଛି ….

ସମ୍ବଲପର: ପ୍ରେମିକ ସହ ଭୁଲ୍‌ ବୁଝାମଣା ନ ହେଉ।  ବାହାଘର ସୁରୁଖୁରୁରେ ହୋଇଯାଉ। ମା’ ସମଲେଇଙ୍କ ପାଖକୁ ଆସିଛି ଏମିତି ବିନତିପୂର୍ଣ୍ଣ ଚିଠି। ଚିଠିବାକ୍ସରେ କିନ୍ତୁ ପଡ଼ିନି ଏ  ଚିଠି। ପଡ଼ିଛି ମା’ଙ୍କ ହୁଣ୍ଡି ବାକ୍ସରେ। ହୁଣ୍ଡି ବାକ୍ସରୁ ବାହାରିଥିବା ଏପରି ଚିଠିକୁ ନେଇ ଏବେ ଚାଲିଛି ଚର୍ଚ୍ଚା।

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କର ଖୋଲା ଯାଇଥିଲା ହୁଣ୍ଡି। ମନ୍ଦିର ଟ୍ରଷ୍ଟର ସଦସ୍ୟମାନେ ଟଙ୍କା ଗଣୁଥିଲେ। ଟଙ୍କା ଗଣୁ ଗଣୁ ଏକ ଧଳା କାଗଜ ନଜରକୁ ଆସିଲା। କ’ଣ ହୋଇ ଥାଇପାରେ ବୋଲି କୌତୁହଳ ସୃଷ୍ଟି ହୋଇଥିଲା। ଚିଠିକୁ ଖୋଲିବା ପରେ ଜଣା ପଡ଼ିଥିଲା ଏହା ଗୋଟିଏ ଚିଠି। ଚିଠିରେ କେହି ଜଣେ ମା’ଙ୍କୁ ଗୁହାରୀ କରି ନିଜ ଦୁଃଖ ଓ ସମସ୍ୟା ଜଣାଇଛି।

ଚିଠିରେ ଲେଖାଥିଲା, ‘ସଞ୍ଜୀବ ଓ ମୋ ସମ୍ପର୍କକୁ ନେଇ କେବେ କିଛି ଭୁଲ ବୁଝାମଣା ନ ହେଉ।  ଅତି ଶୀଘ୍ର ସମସ୍ତ ସମସ୍ୟା ସୁଧୁରି ବିବାହ ହୋଇଯାଉ।‘

ଏଇ ଗୋଟିଏ ଚିଠି ନୁହେଁ,  ହୁଣ୍ଡି ବାକ୍ସ ଭିତରୁ ଆଉ ଏକ ଚିଠି ମଧ୍ୟ ବାହାରିଥିଲା।  ସେଥିରେ ଲେଖାଥିଲା-‘ଏ ମାସ ଶେଷ ପୂର୍ବରୁ ସାହାରା ଅଫିସ୍‌ରେ ଅଟକିଥିବା ସମସ୍ତ ଟଙ୍କା ଚାଲିଆସୁ।’

ଏବେ ଏହି ୨ଟି ଚିଠିକୁ ନେଇ ସହରରେ ଚର୍ଚ୍ଚା ଲାଗି ରହିଛି।

SAMLAI_HUNDI_AVO

You might also like