ଆଶୀର୍ବାଦଙ୍କ ଚିଟ୍‌ଫଣ୍ଡ ଲିଙ୍କ୍ ଓ ସିବିଆଇ ତଦନ୍ତର ପୂରା ଘଟଣାକ୍ରମ ଏମିତି

ଭୁବନେଶ୍ୱର: ୨୦୧୧ରେ ରଣଜୀ ଟ୍ରଫି ଓ ଓଡ଼ିଶା ପ୍ରିମିୟର ଲିଗ୍‌ର ପ୍ରମୋସନ ପାଇଁ ଚିଟ୍‌ଫଣ୍ଡ ସଂସ୍ଥା ଅର୍ଥତତ୍ତ୍ୱ ଗ୍ରୁପଠାରୁ ଟଙ୍କା ଆଣିଥିଲେ ଓସିଏର ତତ୍କାଳୀନ ସମ୍ପାଦକ ଆଶୀର୍ବାଦ ବେହେରା। ଅର୍ଥତତ୍ତ୍ୱ କମ୍ପାନୀ ସିବିଆଇ ଜାଲରେ ପଡ଼ିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ଏହାପରେ ଆଶୀର୍ବାଦ ବେହେରାଙ୍କ ଠାରୁ ସତ ଓଗାଳିବା ପାଇଁ ଖୋଳତାଡ଼ ଆରମ୍ଭ କରିଥିଲା ସିବିଆଇ ।

ଏନେଇ ୨୦୧୪ ନଭେମ୍ବର ୧୬ ଓ ୧୮ ତାରିଖରେ ଆଶୀର୍ବାଦଙ୍କୁ ସିବିଆଇ ଜେରା କରିଥିଲା ସିବିଆଇ। ଏହାପରଠୁ ଗତ ୬ରୁ ୭ ବର୍ଷ ଭିତରେ ସିବିଆଇରେ ୫ ଥର ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ୨ ଥର ଜେରାର ସାମ୍ନା କରିଥିଲେ ଆଶୀର୍ବାଦ।

ଏହି ଘଟଣାର ଖୋଳତାଡ଼ କରି ସିବିଆଇ କୋର୍ଟରେ ୩ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା ସିବିଆଇ। ଆଶୀର୍ବାଦ ବେହେରାଙ୍କ ସମେତ ଅର୍ଥତତ୍ତ୍ୱର ଜଣେ ଅଧିକାରୀ ସମ୍ବିତ ଖୁଣ୍ଟିଆ ଏବଂ ହୋଟେଲ୍ ମାଲିକ କମଳାକାନ୍ତ ଦାସଙ୍କ ବିରୋଧରେ ଗତ ଅଗଷ୍ଟ ୨୯ ତାରିଖରେ ଚାର୍ଜସିଟ୍ ହୋଇଥିଲା। ଏହାପରେ ଏନ୍‌ବିଡବ୍ଲୁ ଜାରି କରିବା ସହ ଆଜି ଭୋରରୁ ଆଶୀର୍ବାଦ ବେହେରାଙ୍କୁ ସିବିଆଇ ଗିରଫ କରିବା ସହ କୋର୍ଟଚାଲାଣ କରିଛି।

ଆହୁରି ପଢ଼ନ୍ତୁ

You might also like