• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

ବାଲେଶ୍ୱର : ଛାତ୍ରୀଙ୍କ ଜୀବନ ନେଲା ସମଲିଙ୍ଗୀ ଯୌନ ସଂପର୍କ। ଗତ ୨୮ ତାରିଖ ନୀଳଗିରି ମହିଳା ମହାବିଦ୍ୟାଳୟର ଯୁକ୍ତ ୩ ଛାତ୍ରୀ ଅାତ୍ମହତ୍ୟା ମାମଲାର ଗୁମର ଫିଟିବା ପରେ ଏହି ଅଞ୍ଚଳରେ ସୃଷ୍ଟି ହୋଇଛି ଗୁଞ୍ଜରଣ । ଯାହା ସହିତ ସଂପର୍କରେ ଥିଲେ ସେ ବିବାହ ଲାଗି ରାଜି ନହେବାରୁ ଛାତ୍ରୀ ଜଣଙ୍କ ଚରମ ନିଷ୍ପତ୍ତି ନେଇଥିବା ପୁଲିସ କହିଛି ।

ଓଢଣୀରେ ଫ୍ୟାନରୁ ଝୁଲିଥିବାର ଦେଖିବାକୁ ମିଳିଥିଲା ଛାତ୍ରୀଙ୍କ ମୃତଦେହ । ଘଟଣାଟି ଗତ ମାସ ୨୮ ତାରିଖରେ ଘଟିଥିଲା । ନୀଳଗିରି ମହିଳା କଲେଜ ହଷ୍ଟେଲରେ ଅାତ୍ମହତ୍ୟା କରିଥିଲେ ଜଣେ ଯୁକ୍ତ ତିନି ଛାତ୍ରୀ। ଅାଉ ଏବେ ଘଟଣାର ରହସ୍ୟ ଉପରୁ ପରଦା ହଟିଛି ।

ସମଲିଙ୍ଗୀ ଯୌନ ସଂପର୍କକୁ ନେଇ ଛାତ୍ରୀ ଜଣଙ୍କ ଅାତ୍ମହତ୍ୟା କରିଥିବା ଜଣାପଡିଛି। ଏହି ଛାତ୍ରୀଙ୍କର ନିକଟବର୍ତ୍ତୀ ଏକ ମେସ୍‌ରେ ରହୁଥିବା ଅନ୍ୟ ଜଣେ ଛାତ୍ରୀଙ୍କ ସହ ଶାରିରୀକ ସଂପର୍କ ଥିଲା । ଏମିତିକି ଏହି ଛାତ୍ରୀ ଜଣଙ୍କ ନିଜ ପାର୍ଟନରଙ୍କୁ ବାହା ହେବାକୁ ଚାହୁଁଥିଲେ। ମାତ୍ର ସେ ରାଜି ନହେବାରୁ ଛାତ୍ରୀ ଜଣଙ୍କ ଏଭଳି ନିଷ୍ପତ୍ତି ନେଇଥିବା ପୁଲିସ କହିଛି । ତେବେ ଘଟଣା କିଭଳି ଓ କେଉଁ ପରିସ୍ଥିତିରେ ଘଟିଲା ହଷ୍ଟେଲ ସୁପରିଟେଣ୍ଡେଣ୍ଟ କିମ୍ବା କଲେଜ ଅଧ୍ୟକ୍ଷା ସେନେଇ କିଛି ଜାଣିନଥିବା କହିଛନ୍ତି।

ମୃତ ଛାତ୍ରୀଙ୍କ ଡାଏରୀ ଓ ମୋବାଇଲ ରେକର୍ଡ ଯାଞ୍ଚରୁ ଘଟଣାର ସୁରାକ୍ ପାଇଥିଲା ପୁଲିସ। ଅାତ୍ମହତ୍ୟା କରିବା ପୂର୍ବରୁ ଛାତ୍ରୀ ଜଣଙ୍କ ବାରମ୍ବାର ନିଜ ପାର୍ଟନରଙ୍କୁ ଫୋନ୍ କରିଥିଲେ । ତେବେ ତାଙ୍କ ପାର୍ଟନର ଫୋନ ଉଠାଇନଥିଲେ କି ମେସେଜର ଉତ୍ତର ମଧ୍ୟ ଦେଇନଥିଲେ । ଫଳରେ ନିରାଶ ହୋଇ ସେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ପୁଲିସ କହିଛି । ମୃତ ଛାତ୍ରୀଙ୍କ ପରିବାରର ଅଭିଯୋଗକୁ ଅାଧାର କରି ପୁଲିସ ଅନ୍ୟ ଛାତ୍ରୀ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଉଭୟ ଛାତ୍ରୀଙ୍କ ପରିବାର କିନ୍ତୁ ଘଟଣାକୁ ନେଇ ମୁହଁ ଖୋଲୁନାହାନ୍ତି।

ଦୁଇ ପ୍ରାପ୍ତ ବୟସ୍କଙ୍କ ମଧ୍ୟରେ ସହମତିରେ ସମଲିଙ୍ଗୀ ଯୌନ ସଂପର୍କ ଅପରାଧ ନୁହେଁ ବୋଲି ଗତ ମାସ ୬ ତାରିଖରେ ରାୟ ଦେଇଥିଲେ ସୁପ୍ରିମକୋର୍ଟ । ତେବେ ସଂପର୍କରେ ତିକ୍ତତା ବା ଅନ୍ୟ କିଛି କାରଣରୁ ଅତିଷ୍ଠ ହୋଇ ଜଣେ ପାର୍ଟନର ଯଦି ଅାତ୍ମହତ୍ୟା କରନ୍ତି ,ତେବେ ଅନ୍ୟ ଜଣଙ୍କ ବିରୁଦ୍ଧରେ ଧାରା ୩୦୬ ବା ଅାତ୍ମହତ୍ୟା ଲାଗି ଉସ୍‌କାଇଥିବା ଅଭିଯୋଗ ଲଗାଯାଇପାରିବ ।

Lesbian-suicide-in-nilagiri
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories