• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Odishatv Bureau

କୋରାପୁଟ :  କୋରାପୁଟ ଜିଲ୍ଲାରେ କୁଷ୍ଠ ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ଏହା ଏବେ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି । ୨୦୦୫ ମସିହାରେ ଏହି ରୋଗୀଙ୍କ ସଂଖ୍ୟା ସମ୍ପୂର୍ଣ୍ଣ ମୂଳପୋଛ ହେଲା ବୋଲି ଘୋଷଣା ହୋଇଥିଲା । କିନ୍ତୁ ଏକ ଆକଳନ ଅନୁସାରେ, ଧୀରେ ଧୀରେ ଏହି ରୋଗୀଙ୍କ ସଂଖ୍ୟା ବଢୁଛି। କେବଳ ମଝିରେ ମଝିରେ ସଚେତନତା ସଭା ହେଉଛି। କିନ୍ତୁ ରୋଗୀଙ୍କ ପ୍ରତି କାହାରି ନଜର ନାହିଁ ।

ଗତ ୩ ବର୍ଷରେ ସରକାରୀ ଭାବେ ରେକର୍ଡ ହୋଇଥିବା ରୋଗୀଙ୍କ ସଂଖ୍ୟାକୁ ଆଧାର କରି ପ୍ରକାଶିତ ଏକ ଆକଳନ ଅନୁସାରେ, ଓଡ଼ିଶାରେ ୨୦୧୬ରେ ଯେତିକି କୁଷ୍ଠ ରୋଗୀ ଥିଲେ, ୨୦୧୮ରେ ତାହା ୩୦୦ରେ ପହଞ୍ଚିଛି। ସେହିପରି କୋରାପୁଟ ଜିଲ୍ଲାରେ ଗତ ୧୦ ବର୍ଷର ତଥ୍ୟକୁ ପରଖିଲେ ଜଣାପଡେ ଯେ, ୨୦୦୯ ମସିହାରେ ପ୍ରତି ୧୦ ହଜାର ଜନସଂଖ୍ୟାରେ କୁଷ୍ଠ ରୋଗୀଙ୍କ ସଂଖ୍ୟା ୧୫୫ ଥିଲା। ହେଲେ ୨୦୧୯ ଜାନୁୟାରୀ ବେଳକୁ ତାହା ବଢି ୨୫୧ରେ ପହଞ୍ଚିଛି । ଏକଥା ଖୋଦ୍ କୋରାପୁଟ ସିଡିଏମ୍ଓ ମଧ୍ୟ ସ୍ୱୀକାର କରିଛନ୍ତି ।

ଧୀରେ ଧୀରେ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ କୁଷ୍ଠ ନିରାକରଣ ଦିଗରେ କାର୍ଯ୍ୟ  କରୁଥିବା ବିଭିନ୍ନ ଏନଜିଓ ସଂସ୍ଥା ଉଦ୍‌ବେଗ ପ୍ରକାଶ କରିଛନ୍ତି । ସେମାନଙ୍କର କହିବା ହେଲା, ୨୦୦୫ରେ ଏହି ରୋଗ ମୂଳପୋଛ ହେଲା ବୋଲି ସରକାରୀ ସ୍ତରରେ ଘୋଷଣା ହେବା ପରେ ସଚେତନତା କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଛି । ତେବେ ଆଦିବାସୀ ଇଲାକାରେ ସାକ୍ଷରତା ହାର କମ୍ ଥିବାରୁ କୁଷ୍ଠ ରୋଗୀଙ୍କ ସଂଖ୍ୟା ବଢୁଛି । ମଝିରେ ମଝିରେ କେବଳ ପ୍ରଶାସନ ପକ୍ଷରୁ ସଚେତନତା ସଭା କରାଯାଉଛି । କିନ୍ତୁ ତା ପରେ କୁଷ୍ଠ ରୋଗର କାରଣ ଓ ଏହାର ନିରାକରଣ ଦିଗକୁ ସମସ୍ତେ ଭୁଲିଯାଉଛନ୍ତି ।

Leprosy-patient-number-increases-in-koraput
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories