ପୁଣି ରାଜଧାନୀରେ ବାଘ ଆତଙ୍କ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ବାଘ ବୁଲୁଥିବା ଜଣାପଡ଼ିଛି । ରଙ୍ଗମାଟିଆ ତଳସାହିରେ କଲରାପତରିଆ ବାଘ ବୁଲୁଥିବା ସୂଚନା ମିଳିଛି।

ଜଣେ ସ୍ଥାନୀୟ ବ୍ୟକ୍ତି ବାଘ ଦେଖିଥିବା କହିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।

ଖବରପାଇ ଘଟଣାସ୍ଥଳରେ ବନ ବିଭାଗ ଟିମ୍ ପହଞ୍ଚିଛି। ପାର୍ଶ୍ୱବର୍ତ୍ତୀ ବିଲ ଓ ମାଟିରେ ବାଘର ପାଦଚିହ୍ନ ଦେଖିବାକୁ ମିଳିଛି।

ସୂଚନାଥାଉ କି, ଗତ କିଛିଦିନ ତଳେ ରାଜଧାନୀରେ ଆତଙ୍କ ଖେଳାଇଥିବା କଲରାପତରିଆ ବାଘକୁ ବନ ବିଭାଗ ଧରିଥିଲା ।ବିମାନବନ୍ଦରର କାର୍ଗୋ ଗେଟ୍‌ ପାଖରେ ବସିଥିବା ଯନ୍ତାରେ ବାଘଟି ଧରାପଡ଼ିବା ପରେ ଚନ୍ଦକା ଜଙ୍ଗଲକୁ ଛଡ଼ା ଯାଇଥିଲା। କୁକୁଡ଼ା ଖାଇବାକୁ ଆସି ବାଘଟି ଯନ୍ତାରେ ପଡ଼ିଥିଲା।

You might also like