ସାବଧାନ ! କଲୋନୀରେ ବୁଲୁଛି ବାଘ

ବଲାଙ୍ଗିର: ସାବଧାନ ! କଲୋନୀରେ ବୁଲୁଛି କଲରାପତରିଆ ବାଘ !  ବଲାଙ୍ଗିର ଜିଲ୍ଲା ବଡ଼ମାଲ ଗୋଳାବାରୁଦ କାରଖାନା ଅଞ୍ଚଳରେ ଦେଖା ଦେଇଛି ଏମିତି ଆତଙ୍କ।

ଗତ କିଛି ଦିନ ହେଲା ଗୋଳାବାରୁଦ କାରଖାନାର କର୍ମଚାରୀମାନେ  କଲୋନୀରେ କଲରାପତରିଆ ବାଘ ବୁଲୁଥିବା ଦେଖିଥିଲେ। ଫଳରେ କଲୋନୀବାସୀ ଭୟଭୀତ ଅବସ୍ଥାରେ ଥିଲେ।

ଗତକାଲି କଲୋନୀର  ଟାଇପ୍ ୨୪ ଫେଜ୍ ନିକଟରେ ପୁଣି  କଲରାପତରିଆ ବାଘ ବୁଲୁଥିବା ଲୋକେ ଦେଖିଥିଲେ।  କ୍ୟାମେରାରେ ମଧ୍ୟ ବାଘ ବୁଲୁଥିବା ଦୃଶ୍ୟ କଏଦ ହୋଇଛି । ଏହି ଖବର ପ୍ରଘଟ ହେବା ପରେ କଲୋନୀବାସୀ ଭୟଭୀତ ହୋଇ ପଡ଼ିଛନ୍ତି। ତେବେ ଏ ସଂପର୍କରେ ରେଞ୍ଜରଙ୍କୁ ପଚାରିବାରୁ ସେ କିଛି ଜାଣିନଥିବା କହିଛନ୍ତି।

 

 

You might also like