• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଟିପାଝର ଗାଁର ଜଣେ ବ୍ୟକ୍ତିଙ୍କ ଘରୁ କଲରାପତରିଆ ବାଘର ଛାଲ, ବାଘର କଟା ମୁଣ୍ଡ ମିଳିଛି। କେବଳ ସେତିକି ନୁହେଁ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରୁ ୨୦ କିଲୋଗ୍ରାମ ଓଜନର ବାର୍‌ହା ମାଂସ, ବଜ୍ରକାପ୍ତା କାତି ସହ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଛି ନୂଆପଡା ବନ ବିଭାଗ।

ବିଶେଷ ସୂତ୍ରରୁ ଖବର ପାଇ ନୂଆପଡା ବନ ବିଭାଗ ଟିପାଝର ଗାଁର ସମ୍ପୃକ୍ତ ବ୍ୟକ୍ତିଙ୍କ ଘରେ ଚଢ଼ଉ କରି ଏସବୁ ଜବତ କରିଛି। ଏହି ଘଟଣାରେ ବନ ବିଭାଗ ୩ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।

ଏହି ଘଟଣାରେ ଅନ୍ୟ ଶିକାରୀମାନେ ସାମିଲ ଥିବା ସନ୍ଦେହ କରି ବନ ବିଭାଗ ଖୋଳତାଡ଼ ଆରମ୍ଭ କରିଛି। ନୂଆପଡ଼ା ରେଞ୍ଜର ବିନିତା ଭୋଇ, ଏସିଏଫ୍ ଜୟରାମ ଶବର, ଖରିଆର ରୋଡ଼ ବନ ବିଭାଗର ଟିମ୍‌ ତଦନ୍ତ କରୁଛନ୍ତି।

Leopard-head-and-skin-seized-in-odisha
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories