ଶ୍ୱାସରୁଦ୍ଧରୁ କଲରାପତରିଆ ବାଘର ମୃତ୍ୟୁ ସୂଚନା

ଅନୁଗୁଳ : ଅନୁଗୁଳ ଜିଲ୍ଲା ରେଙ୍ଗାଲି ଡ୍ୟାମ୍‌ କୂଳରୁ କଲରାପତରିଆ ବାଘର ମୃତ ଦେହ ଠାବ ଘଟଣା। ଏନେଇ ବନବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଖୋଳତାଡ଼।

ୱାଇଲ୍ଡ ଲାଇଫ୍, ଟାଇଗର କନଜରଭେସନ, ଦେବଗଡ଼ ବନଖଣ୍ଡର ଅଧିକାରୀଙ୍କ ଉପସ୍ଥିତିରେ ମୃତ ବାଘର ଶବ ବ୍ୟବଚ୍ଛେଦ କରାଯାଇଛି।

ତେବେ ରିପୋର୍ଟ ଆସିବା ପରେ ବାଘଟି କେଉଁ ପରିସ୍ଥିତିରେ ମୃତ୍ୟୁବରଣ କଲା, ସେନେଇ ସ୍ପଷ୍ଟ ହେବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ସେପଟେ ମୃତ୍ୟୁର କାରଣ ଶ୍ୱାସରୁଦ୍ଧ ବୋଲି କହିଛନ୍ତି ବ୍ଲକ୍ ଭେଟେନାରୀ ଅଫିସର୍।

You might also like