ଅରୁପଙ୍କୁ ଲେଖାଶ୍ରୀଙ୍କ ଟାର୍ଗେଟ; କହିଲେ, ଯିଏ କହୁଛି ସିଏ କଳାପାହାଡ଼

ଭୁବନେଶ୍ୱର: ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ମନ୍ତବ୍ୟକୁ ନେଇ ଜାରି ରହିଛି ରାଜନୈତିକ ବାକ୍ ଯୁଦ୍ଧ। ଗତକାଲି ଲେଖାଶ୍ରୀଙ୍କୁ କଳାପାହାଡ଼ ଭଉଣୀର ଆଖ୍ୟା ଦେଇଥିବା ବିଜେଡି ନେତା ଅରୂପ ପଟ୍ଟନାୟକଙ୍କୁ ଆଜି ପାଲଟା ସମାଲୋଚନା କରିଛନ୍ତି ନିଜେ ଲେଖାଶ୍ରୀ।

ବିଜେଡି ପାଖରେ ଏବେ ପ୍ରସଙ୍ଗ ନାହିଁ, ଯେଉଁମାନେ ଅପମାନିତ କରିବାକୁ ଚାହୁଁଛନ୍ତି ଏବଂ କଳାପାହାଡ଼ର ଭଉଣୀ ବୋଲି କହୁଛନ୍ତି ସେମାନେ ପ୍ରକୃତରେ କଳାପାହାଡ଼ ବୋଲି ଲେଖାଶ୍ରୀ କହିଛନ୍ତି। ଶାସକୁ ଦଳକୁ ଟାର୍ଗେଟ କରି ଲେଖାଶ୍ରୀ କହିଛନ୍ତି, ଓଡ଼ିଶାର ବିକାଶକୁ ୨୦ ବର୍ଷ ପଛକୁ ନେଇ ଯାଇଛନ୍ତି। ୨୦ ବର୍ଷ ମଧ୍ୟରେ ଓଡ଼ିଶାର ବିକାଶ ନେଇ କଣ କରିଛ ବୋଲି ଆମେ ପ୍ରଶ୍ନ କରିବାରୁ ବିଜେଡିକୁ ବାଧୁଛି ବୋଲି ସେ କହିଛନ୍ତି।

ସେ ରାଜ୍ୟର ବିକାଶ ପ୍ରସଙ୍ଗ ଉଠାଇଛନ୍ତି, ପୁରୀକୁ କାହିଁକି ବିଶ୍ୱପ୍ରସିଦ୍ଧ କରିପାରିନାହଁ ବୋଲି ପ୍ରସଙ୍ଗ ଉଠାଇଥିଲେ, ଯାହା ଶାସକଦଳକୁ କଷ୍ଟ ଦେଉଛି ବୋଲି କହିଛନ୍ତି ଲେଖାଶ୍ରୀ। ସେପଟେ ଲେଖାଶ୍ରୀ ତାଙ୍କ ପୁରୀ ମନ୍ତବ୍ୟକୁ ନେଇ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ବିଜେଡି।

ସେପଟେ ଲେଖାଶ୍ରୀଙ୍କ ପୁରୀ ପରିଚୟ ବିବାଦୀୟ ମନ୍ତବ୍ୟ ପରେ ମୁହଁ ଖୋଲିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ଏନେଇ ଟୁଇଟ୍ କରି ସମ୍ବିତ କହିଛନ୍ତି, ବିଶ୍ୱ ଦରବାରରେ ଓଡ଼ିଶାର ପରିଚୟ ହେଉଛି ପୁରୀ ଧାମ ଓ ମହାପ୍ରଭୁ ଜଗନ୍ନାଥ। ସେ ଆହୁରି ମଧ୍ୟ କହିଛନ୍ତି ମୋତେ କେହି ଚିହ୍ନି ନଥିଲେ, ପୁରୀ ଭଳି ମହାଧାମକୁ ଆସିବାରୁ ସମସ୍ତେ ଚିହ୍ନିଲେ।

You might also like