ଏସଆଇଟି ଉପରେ ଗର୍ଜିଲେ ଲେଖାଶ୍ରୀ

କାହିଁକି ଏମିତି କହିଲେ ଲେଖାଶ୍ରୀ?

ଭୁବନେଶ୍ୱର: SITର ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସମାନ୍ତସିଂହାର। କାହାକୁ ଏସଆଇଟି ସୁରକ୍ଷା ଯୋଗାଉଛି ? କାହିଁକି ମନ୍ତ୍ରୀ ଅରୁଣ ସାହୁଙ୍କ ଭୂମିକାକୁ ତଦନ୍ତ ପରିସରଭୁକ୍ତ କରାଯାଇନି ବୋଲି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ। ଯଦି, ଏସଆଇଟି ପାଇଁ ତଦନ୍ତ କରିବା ଏତେ ସହଜ ଥିଲା ତେବେ ନୟାଗଡ଼ ପୋଲିସ୍ ଏଯାଏଁ କଣ କରୁଥିଲା ? ନୟାଗଡ଼ ଏସପି ୫ ମାସ ଧରି ତଦନ୍ତ ପରେ ବି ମାମଲାର ସତ୍ୟତା ଜାଣିପାରିଲେନି। ଏପରିକି ରେଞ୍ଜ ଡିଆଇଜି ବି କିପରି ମାମଲାକୁ ଜାଣିପାରିଲେନି ? ୫ ମାସ ଧରି ନୟାଗଡ଼ ପୋଲିସ୍ ଶିଥିଳ ପଡ଼ିଥିଲା।

ତେଣୁ ସଂପୃକ୍ତି ପୋଲିସ୍ ଅଧିକାରୀଙ୍କ ବିରୋଧରେ ଏବେ କାର୍ଯ୍ୟାନୁଷ୍ଠାନ ହେବ କି ବୋଲି ପଚାରିଛନ୍ତି ଲେଖାଶ୍ରୀ। ଖାଲି ସେତିକି ନୁହେଁ ମାମଲାକୁ ନେଇ ପୋଲିସ୍ ଡିଜିଙ୍କ ଉପରେ ବି ବର୍ଷିଛନ୍ତି। ଘଟଣା ପଛରେ ଅଙ୍ଗ ତସ୍କରୀ ରାକେଟ୍ ରହିଛି, ଯାହାକୁ ଚପାଇବାକୁ ଚେଷ୍ଟା କରାଯାଉଛି। ଏସଆଇଟି ମୁଖ୍ୟ ଲାଞ୍ଚ ଯାଚିବା ଅଭିଯୋଗ ଆସିବା ପରେ ମାମଲାର ତଦନ୍ତ କିପରି ସେ କରୁଛନ୍ତି ତାକୁ ନେଇ ବି ଆପତ୍ତି ଉଠାଇଛନ୍ତି ଲେଖାଶ୍ରୀ। ତେବେ ଏସବୁ ପଛରେ କେନ୍ଦ୍ର ବିନ୍ଦୁ ବିଜେଡି ନେତା ରହିଛନ୍ତି। ସରକାରଙ୍କ ଇସାରାରେ ଏସବୁ ହେଉଛି । ଘଟଣାକୁ ନେଇ ପୋଲିସ୍ ଡିଜି ଓ ସରକାର ଏତେ ଭୟଭୀତ କାହିଁକି ବୋଲି ବି ପ୍ରଶ୍ନ କରିଛନ୍ତି ଲେଖାଶ୍ରୀ।  ସେପଟେ ଘଟଣାକୁ ନେଇ ଶାସକ ବିଜେଡି କିମ୍ବା ଏସଆଇଟିର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

You might also like