ହାରିବା ଭୟରେ ରକ୍ତମୁଖା ହୋଇଛି ବିଜେଡି: ଲେଖାଶ୍ରୀ

ଭୁବନେଶ୍ୱର: ହାରିବା ଭୟରେ ରକ୍ତମୁଖା ହୋଇଛି ବିଜେଡି। ରାଜ୍ୟରେ ଦିନକୁ ଦିନ ବଢୁଥିବା ରାଜନୈତିକ ହିଂସା ଉପରେ ମତ ରଖି ଏହିପରି ଭାବରେ ବିଜେଡି ସରକାର ଉପରେ ବର୍ଷିଛନ୍ତି ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର। ଗତ ପଞ୍ଚାୟତ ନିର୍ବାଚନ ବେଳେ ୧୭ରୁ ୨୦ ଜଣଙ୍କୁ ହତ୍ୟା କରାଯାଇଥିଲା।

ଏବେ ବିଜେଡି ସେହି ଧାରା ବଜାୟ ରଖିବାକୁ ଚାହୁଁଛି ବୋଲି ଲେଖାଶ୍ରୀ ସିଧାସଳଖ ଅଭିଯୋଗ କରିଛନ୍ତି। ମନ୍ତ୍ରୀ ବିକ୍ରମ ଆରୁଖଙ୍କ ଗାଁରେ ବିଜେପି କର୍ମୀଙ୍କୁ ହତ୍ୟା କରାଗଲା ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା କରାଇ ବିଜେପି କର୍ମୀଙ୍କୁ ଆକ୍ରମଣ କରାଯାଉଛି ଏବଂ ପୁଲିସ୍ ଓ ସିଇଓ ବିଜେଡିର ଦଲାଲ ସାଜି ସହାୟତା କରୁଛନ୍ତି ବୋଲି ମଧ୍ୟ ବିଜେପି ଅଭିଯୋଗ କରିଛି। ଆଜି ସକାଳେ ବନ୍ଧୁକ ମୁନରେ ସଫେଇ କର୍ମଚାରୀଙ୍କୁ ପୁଲିସ୍ ଧମକ ଦେଇଥିବା କଥା ମଧ୍ୟ ଉଠାଇଛନ୍ତି ଲେଖାଶ୍ରୀ।

ଆହୁରି ପଢ଼ନ୍ତୁ

You might also like