ଯଦୁପୁର ଗାଁ ପୋଖରୀରୁ ମିଳିଲା ମୃତ ନାବାଳିକାଙ୍କ ଲେଗିଙ୍ଗସ

ନୟାଗଡ଼: ଯେତିକି ତଦନ୍ତ ଆଗଉଛି, ସେତିକି ରହସ୍ୟ ଫିଟୁଛି। ନୟାଗଡ଼ ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଗାଁ ପୋଖରୀରୁ ମିଳିଲା ନାବାଳିକାଙ୍କ ଲେଗିଙ୍ଗସ। ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍ ଟିମ୍ ପୋଖରୀ ଶୁଖାଇବା ପରେ ମିଳିଲା। ମିଳିଥିବା ଲେଗିଙ୍ଗସକୁ ଜବତ କରିବା ସହ ନିଜ ହେପାଜତକୁ SIT ନେଇଛି। ବହୁ ଚର୍ଚ୍ଚିତ ନୟାଗଡ ଜିଲ୍ଲା ଯଦୁପୁର ନାବାଳିକା ହତ୍ୟା ମାମଲାର ଗୁମର ଆଜି ଖୋଲିଛନ୍ତି ତଦନ୍ତକାରୀ ଟିମ୍‌ SITର ମୁଖ୍ୟ ଅରୁଣ ବୋଥ୍ରା। ନାବାଳିକା  ହତ୍ୟାର ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀ ବୋଲି ସେ କହିଛନ୍ତି। ସରୋଜ ନାବାଳିକାକୁ ଜାମୁକୋଳି ଖାଇବା ପାଇଁ ଡାକି ନେଇଥିଲା। ପଛପଟ ଘରକୁ ନେଇ  ଦୁଷ୍କର୍ମ ଉଦ୍ୟମ କରିଥିଲା। ହେଲେ ନାବାଳିକା ବିରୋଧ କରିବାରୁ ତାକୁ ତଣ୍ଟିଚିପି ହତ୍ୟା କରିବା ପରେ ଦୁଷ୍କର୍ମ କରିଥିଲା। ଦୁଷ୍କର୍ମ ପରେ ଶବକୁ ଅଖାରେ ଭର୍ତ୍ତି କରି ଫିଙ୍ଗି ଦେଇଥିଲା। ଏକଥା ଅଭିଯୁକ୍ତ ସରୋଜ ସ୍ୱୀକାର କରିଛି ବୋଲି କହିଛନ୍ତି  SIT ମୁଖ୍ୟ ଅରୁଣ ବୋଥ୍ରା।

ଯଦୁପୁର ହତ୍ୟା ମାମଲାରେ SIT ମୁଖ୍ୟ ଅରୁଣ ବୋଥ୍ରା ଆଜି ପ୍ରେସମିଟ୍ ଜରିଆରେ କହିଥିଲେ ଯେ ଅଭିଯୁକ୍ତ ମୃତଦେହ ସହ ଦୁଷ୍କର୍ମ ପରେ ସେ ଏକ ଝୋଟ ବସ୍ତାରେ ଶବ ପୂରାଇଥିଲା। ବସ୍ତାରେ ମୃତଦେହ ଓ ଫ୍ରକ୍ ପୂରାଇ ପୋଖରୀ କଡ଼କୁ ଫିଙ୍ଗି ଦେଇଥିଲା।
ବସ୍ତାରେ ପୂରାଇ ଫିଙ୍ଗି ତା ଉପରେ ଡାଳପତ୍ର ଲଦି ଦେଇଥିଲା। ତେବେ ଝିଅଟି ପିନ୍ଧିଥିବା ଲେଗିଙ୍ଗ୍ସକୁ ସେ ନେବା ଭୁଲି ଯାଇଥିଲା।
ପରେ ଲେଗିଙ୍ଗସକୁ ନେଇ ସେ ପୋଖରୀରେ ଫିଙ୍ଗିଥିବା କହିଛି। ପଛରେ ଫିଙ୍ଗିଥିବା ଲେଗିଙ୍ଗସକୁ ଉଦ୍ଧାର ପାଇଁ ପୋଖରୀ ଶୁଖାଯାଉଛି ବୋଲି ସେ କହିଥିଲେ।

ତେବେ ବୋଥ୍ରାଙ୍କ ପ୍ରେସମିଟ୍ ପରେ ପ୍ରତିକ୍ରିୟା ରଖିଛନ୍ତି ନାବାଳିକା ଝିଅର ବାପା ଅଶୋକ ସାହୁ। ଅଶୋକ କହିଛନ୍ତି ଯେ, ସେ ପିଲା ଏପରି ନୁହେଁ , ତାଙ୍କୁ ମୋହରା କରାଯାଉଛି। ଆମେ ଘଟଣାର ସିବିଆଇ ତଦନ୍ତ ଦାବି କରୁଥିବାରୁ ସେମାନେ ଏଭଳି ନାଟକ କରୁଛନ୍ତି। ଘଟଣା ଘଟିବା ଦିନ ଆମ ଝିଅ ଅନ୍ୟ ୨ ପିଲାଙ୍କ ସହ ଖେଳୁଥିଲା। ତେବେ ସାଙ୍ଗରେ ଖେଳୁଥିବା ୨ ଜଣ ପିଲା କହୁଛନ୍ତି ଯେ, ଝିଅକୁ କାହ୍ନୁ ନାୟକ ନେଇଗଲା। କାହ୍ନୁ ନେଇକି ବାବୁଲିକୁ ଦେଇଛି ଆଉ ପରେ ତାହାର ଅଙ୍ଗତସ୍କରୀ ହିଁ କରାଯାଇଥିବା ଅଶୋକ କହିଛନ୍ତି। ଏହାସହ ଏସଆଇଟି ତଦନ୍ତରେ କୌଣସି ସତ୍ୟତା ନାହିଁ, କେବଳ ମନଗଢା କାହାଣୀ ଏସଆଇଟି କହୁଥିବା ଅଶୋକ କହିଛନ୍ତି।

You might also like