ସଟ୍‌ଡାଉନ୍‌: ‘ଘରୁ ବାହାରନି, ନମାନିଲେ କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ୱର: ସଟଡାଉନ ଘୋଷଣା ପରେ ତିନି ଜିଲ୍ଲାବାସୀଙ୍କୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟଙ୍କ ନିବେଦନ। ରାଜ୍ୟ ସରକାରଙ୍କ ପକ୍ଷରୁ ସଟଡାଉନ ଘୋଷଣା ହୋଇଥିବାରୁ ଏହାକୁ ପାଳନ କରିବା ଲାଗି ତିନି ଜିଲ୍ଲାବାସୀଙ୍କୁ ସେ ନିବେଦନ କରିଛନ୍ତି। ଏହାସହ ସଟଡାଉନ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ଲାଗି ପୋଲିସ ଦୃଢ଼ ପଦକ୍ଷେପ ନେବ।

ଯେଉଁମାନେ ଏହାର ଉଲ୍ଲଂଘନ କରିବେ, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଜିପି କହିଛନ୍ତି। ଏଣୁ ସଟଡାଉନ ପିରିଅଡ୍‌ରେ ଅର୍ଥାତ ଆଜି ରାତି ୧୦ଟାରୁ ୨୬ ତାରିଖ ସକାଳ ୧୦ଟା ଯାଏ ଘରୁ ନ ବାହାରିବାକୁ ଡିଜିପି ନିବେଦନ କରିଛନ୍ତି। ତେବେ ଏହି ୩ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥରେ ମାଲ୍ ପରିବହନ ସ୍ୱାଭାବିକ ରହିବ ବୋଲି ଡିଜିପି କହିଛନ୍ତି।

You might also like