ଡଙ୍କାରୀ ଖାଦାନ ସିଲ୍ ମାମଲା: ପ୍ରଶାସନର ନିଷ୍ପତ୍ତିକୁ ଲିଜ୍ଧାରୀଙ୍କ ବିରୋଧ
ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲର ଡଙ୍କାରୀ ପାହାଡ଼ରେ ରାଜସ୍ୱ ବିଭାଗର ଚଢ଼ଉକୁ ନିନ୍ଦା କରିଛନ୍ତି ଖଣି ଲିଜ୍ଧାରୀ। ବିନା ନୋଟିସ୍ରେ ପ୍ରଶାସନର ଚଢ଼ଉକୁ ଓ ୧୪୪ ଧାରା ଜାରୀକୁ ଲିଜ୍ଧାରୀମାନେ ବିରୋଧ କରିଛନ୍ତି। ଲିଜ୍ ନେବା ପରେ ଆଇନ କାନୁନ ଆଧାରରେ ପଥର ଖାଦାନ ଚାଲିଥିବା ଲିଜ୍ଧାରୀମାନେ କହିଛନ୍ତି। ଏସବୁ ସତ୍ତ୍ୱେ ଖାଦାନ ଉପରେ ଚଢ଼ଉକୁ ବେଆଇନ ସେମାନେ କହିଛନ୍ତି। ପ୍ରଶାସନର ଏଭଳି କାର୍ଯ୍ୟ ବିରୋଧରେ କୋର୍ଟର ଆଶ୍ରୟ ନେବେ ବୋଲି ଲିଜ୍ଧାରୀମାନେ ଏକ ସାମ୍ବାଦିକ […]
ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲର ଡଙ୍କାରୀ ପାହାଡ଼ରେ ରାଜସ୍ୱ ବିଭାଗର ଚଢ଼ଉକୁ ନିନ୍ଦା କରିଛନ୍ତି ଖଣି ଲିଜ୍ଧାରୀ। ବିନା ନୋଟିସ୍ରେ ପ୍ରଶାସନର ଚଢ଼ଉକୁ ଓ ୧୪୪ ଧାରା ଜାରୀକୁ ଲିଜ୍ଧାରୀମାନେ ବିରୋଧ କରିଛନ୍ତି।
ଲିଜ୍ ନେବା ପରେ ଆଇନ କାନୁନ ଆଧାରରେ ପଥର ଖାଦାନ ଚାଲିଥିବା ଲିଜ୍ଧାରୀମାନେ କହିଛନ୍ତି। ଏସବୁ ସତ୍ତ୍ୱେ ଖାଦାନ ଉପରେ ଚଢ଼ଉକୁ ବେଆଇନ ସେମାନେ କହିଛନ୍ତି। ପ୍ରଶାସନର ଏଭଳି କାର୍ଯ୍ୟ ବିରୋଧରେ କୋର୍ଟର ଆଶ୍ରୟ ନେବେ ବୋଲି ଲିଜ୍ଧାରୀମାନେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି।