ଲର୍ଣ୍ଣର ଡ୍ରାଇଭିଂ ଲାଇସେନ୍ସ ନିୟମାବଳୀ ବଦଳିଲା
ଭୁବନେଶ୍ୱର: ବଦଳିଲା ଲର୍ଣ୍ଣର ଡ୍ରାଇଭିଂ ଲାଇସେନ୍ସ ନିୟମାବଳୀ। ଏଣିକି ଲର୍ଣ୍ଣର ଲାଇସେନ୍ସ ପାଇଁ ନିୟମ ଅଧିକ କଡ଼ାକଡ଼ି ସହ ବ୍ୟବସ୍ଥାରେ ସରଳୀକରଣ କରାଯାଇଛି। ଏହି ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ କରିବାକୁ ରାଜ୍ୟର ସମସ୍ତ ୩୮ ଆରଟିଓରେ ଥିବା ଲର୍ଣ୍ଣିଂ ଲାଇସେନ୍ସ ସେଣ୍ଟରରେ ଆଇପି କ୍ୟାମେରା ଲାଗିବ। ଏଇ ମାସ ସୁଦ୍ଧା ଏ ପ୍ରକ୍ରିୟା ସରିବ। କ୍ୟାମେରାରେ ଉତ୍ତୋଳିତ ଭିଡିଓ ଫୁଟେଜକୁ କଟକ ସ୍ଥିତ ରାଜ୍ୟ ପରିବହନ କର୍ତ୍ତୃପକ୍ଷ STA ପରିଚାଳନା କରିବେ। ସେହିଭଳି ପରୀକ୍ଷାର ମାନ ବୃଦ୍ଧି ଲାଗି ପୂର୍ବରୁ ଥିବା ୧୦ ପ୍ରଶ୍ନ ବଦଳରେ ଏଣିକି ୨୦ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ। ସେହିଭଳି କମ୍ପୁଟରର ମାଉସ ବଦଳରେ ଟଚ୍ ସ୍କ୍ରିନ୍ ସୁବିଧା ରହିବ ଲର୍ଣ୍ଣର ଲାଇସେନ୍ସ ସେଣ୍ଟରରେ ପ୍ରାର୍ଥୀଙ୍କ ସୁବିଧା ଓ ପ୍ରସ୍ତୁତି ପାଇଁ ମକ୍ ଟେଷ୍ଟର ସୁବିଧା ଯୋଗାଇ ଦିଆଯିବ ବୋଲି ଆଜି ଏସଟିଏ ପକ୍ଷରୁ ସୂଚନା ଦିଆଯାଇଛି।