ଏଣିକି ଲର୍ଣ୍ଣସ୍‌ ଓ ଡ୍ରାଇଭିଂ ଲାଇସେନ୍ସ ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ

ଭୁବନେଶ୍ୱର: ଲର୍ଣ୍ଣସ୍‌ ଓ ଡ୍ରାଇଭିଂ ଲାଇସେନ୍ସ ଆବେଦନ ପାଇଁ ପରିବହନ କମିଶନର ନୂଆ ନିୟମ କରିଛନ୍ତି। ଏହି ନୂଆ ନିୟମଟି ହେଲା ଏଣିକି ଲାଇସେନ୍ସ ପାଇଁ ଆବଶ୍ୟକ ପଡ଼ୁଥିବା ପେପର୍‌ ଡକ୍ୟୁମେଣ୍ଟ୍‌ସ୍‌ ସବୁ ଆପଣ ଅନ୍‌ଲାଇନ୍‌ରେ ଅପଲୋଡ୍‌ କରି ଆବେଦନ କରିପାରିବେ। ଫେବୃଆରୀ ୧ରୁ ଏହି ନୂଆ ନିୟମ କାର୍ଯ୍ୟକାରୀ ହୋଇଛି।

ଯଦି ଆପଣଙ୍କ ପାଖରେ ଲର୍ଣ୍ଣସ୍‌ ଓ ଡ୍ରାଇଭିଂ ଲାଇସେନ୍ସ ନାହିଁ ତା‘ହେଲେ ଆପଣ RTO ଅଫିସ ଯାଇ ଡକ୍ୟୁମେଣ୍ଟସ୍‌ ସବୁ ଦାଖଲ କରିବା ପରିବର୍ତ୍ତେ ଅନ୍‌ଲାଇନ୍‌ରେ ଏସବୁ ଦାଖଲ କରନ୍ତୁ। ଡକ୍ୟୁମେଣ୍ଟସ୍‌ ଦାଖଲ ବେଳେ ଧ୍ୟାନ ରଖିବେ ଯେପରି ଡକ୍ୟୁମେଣ୍ଟ୍‌ ସବୁ ସ୍ପଷ୍ଟ ଦେଖା ଯାଉଥିବ, ନଚେତ୍‌ ଆପଣଙ୍କ ଦରଖାସ୍ତ ଭେରିଫିକେସନ୍‌ ସମୟରେ ଫେରିପାରେ।

ପ୍ରତି ଡକ୍ୟୁମେଣ୍ଟ୍‌ ସ୍କାନ୍‌ କରି PDF କିମ୍ବା JPG/JPEG ଫର୍ମାଟ୍‌ରେ ୨୦୦ କେବିରୁ କମ୍ ଫାଇଲ୍‌ ସାଇଜ୍‌ରେ ଅପ୍‌ଲୋଡ୍‌ କରିବାକୁ ପଡ଼ିବ।

ଆବେଦନକାରୀ LL କିମ୍ବା DL ଟେଷ୍ଟ୍‌ ପାଇଁ ଆସିବାକୁ ଥିବା ଦିନରେ ଅନ୍‌ଲାଇନ୍‌ରେ ଅପଲୋଡ୍‌ କରାଯାଇଥିବା ଅରିଜିନାଲ୍‌ ଡକ୍ୟୁମେଣ୍ଟ୍‌ ଭେରିଫିକେସନ୍‌ ପାଇଁ ଆଣିବେ।

You might also like