ବାଲେଶ୍ୱର: ପୂର୍ବତନ ସରପଞ୍ଚଙ୍କ ଚିକିତ୍ସା ପାଇଁ ସାହି ସାହି ବୁଲି ଅର୍ଥ ଯୋଗାଡ଼ କରୁଛନ୍ତି ବାଲେଶ୍ୱର ଜିଲ୍ଲା ଖଈରା ବ୍ଲକ କୁରୁଣ୍ଠା ପଞ୍ଚାୟତର ମହିଳା ସରପଞ୍ଚ ଦମୟିନ୍ତୀ ପଣ୍ଡା। ଗତ ପଞ୍ଚାୟତ ନିର୍ବାଚନରେ ଜିତି ସରପଞ୍ଚ ହୋଇଥିବା ଦମୟନ୍ତୀ ନିଜ ପ୍ରତିଦ୍ୱନ୍ଦ୍ୱୀ ଅକ୍ଷୟ ମହାପାତ୍ରଙ୍କ ଚିକିତ୍ସା ପାଇଁ ଏମିତି ଅର୍ଥ ଯୋଗାଡ଼ କରିବା ଚର୍ଚ୍ଚାର ବିଷୟ ପାଲଟିଛି।
କିଡ୍ନୀ ରୋଗରେ ଆକ୍ରାନ୍ତ ଥିବା ଅକ୍ଷୟଙ୍କୁ ଚିକିତ୍ସା ପାଇଁ ଟଙ୍କା ଆବଶ୍ୟକ। କିନ୍ତୁ ତାଙ୍କ ପାଖରେ ଅର୍ଥ ନଥିବାରୁ ଜଣେ ଭଲ ମଣିଷ ଭାବେ ତାଙ୍କୁ ସାହାଯ୍ୟ କରିବାକୁ ମହିଳା ସରପଞ୍ଚ ନିଜ ସମର୍ଥକ ଏବଂ ଗ୍ରାମବାସୀଙ୍କ ସହ ବୁଲି ଏଭଳି ଅର୍ଥ ଯୋଗାଡ଼ କରୁଛନ୍ତି।