ଅଖିତୃତୀୟାରେ ଅଖିମୁଠି ଅନୁକୂଳ କଲେ ମନ୍ତ୍ରୀ

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବିଭିନ୍ନ ସ୍ଥାନରେ ଅଖି ମୁଠି ଅନୁକୂଳ ହୋଇଛି। କୃଷି ମନ୍ତ୍ରୀ ଅରୁଣ ସାହୁ ନୟାଗଡ଼ରେ ଅଖି ମୁଠି ଅନୁକୁଳ କରିଛନ୍ତି। ଜିଲ୍ଲା ବିଜେଡି କାର୍ଯ୍ୟାଳୟ ପାଖରେ ଥିବା ଜଣେ କୃଷକଙ୍କ ଜମିରେ ଅରୁଣ ପୂଜାପାଠ କରିବା ପରେ ବିହନ ବୁଣିବା ସହ ଲଙ୍ଗଳ ଧରି ଚାଷ କରିଥିଲେ। ଲକଡାଉନ ପାଇଁ ସରକାରୀ ଭାବେ ପାଳନ  ନ କରି ବ୍ୟକ୍ତିଗତ ଭାବେ ଅଖିମୁଠି ଅନୁକୁଳ କରିଛନ୍ତି ମନ୍ତ୍ରୀ।

ସେହିପରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଠଗଡ଼ରେ ଅଖିମୁଠି ଅନୁକୁଳ କରିଛନ୍ତି। ସାମାଜିକ ଦୂରତା ରକ୍ଷା କରି ମନ୍ତ୍ରୀ ଆଠଗଡ଼ ବ୍ଲକର ଗଦାଧରପୁରରେ ଅଖିମୁଠି ଅନୁକୁଳ କରିଛନ୍ତି।

ଜଟଣୀ ବିଧାୟକ ସୁର ରାଉତରାୟ ଖୋର୍ଦ୍ଧା ଜିଲ୍ଲାର ଜାମୁକୋଳି ଗାଁରେ ପୂଜାପାଠ କରି ଅଖିମୁଠି ବୁଣିଥିଲେ। ସାମାଜିକ ଦୂରତା ରକ୍ଷା କରି ମୁହଁରେ ମାସ୍କ ବାନ୍ଧି ସୁର ଅଖି ଅନୁକୁଳ କରିଥିଲେ।  କଂଗ୍ରେସ କୃଷକ ସେଲ୍ ପକ୍ଷରୁ ନୀଳଗିରି, ପିତାତଳି, ରିଆମାଳ, ନାନକେରା, ବାଲଦା, ସାଲେପୁର, କୁଲଝରନି, ହିଞ୍ଜିଳିକାଟୁରେ ଅଖି ମୁଠି ଅନୁକୁଳ କରାଯାଇଛି। ଏହି ଅବସରରେ ଚାଷୀ ଭାଇଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି କୃଷକ ସେଲ୍ ଅଧ୍ୟକ୍ଷ ଅମିୟ ପଟ୍ଟନାୟକ।

ଆହୁରି ପଢ଼ନ୍ତୁ

ଅଧ୍ୟାପକ ସ୍ୱାମୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା IIC

ମହଙ୍ଗା ପଡ଼ିଲା କ୍ଷମତାର ଅପବ୍ୟବହାର: ଆଦିବାସୀଙ୍କ ଘର ଭାଙ୍ଗିଥିବା ମହିଳା ସରପଞ୍ଚ ନିଲମ୍ବିତ

ହୋଟେଲରେ ଚାଲିଥିଲା ସେକ୍ସ ରାକେଟ୍, ୨ ମହିଳାଙ୍କ ସମେତ ଗ୍ରାହକ ଓ ହୋଟେଲ ମ୍ୟାନେଜର ଅଟକ

ସୁପ୍ରିମକୋର୍ଟ ଗଲେ ବର୍ଷା

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ୨୪ ଘଣ୍ଟାରେ ୪,୨୦୯ ପଜିଟିଭ୍‌ ଚିହ୍ନଟ

ଏକାଧିକ ଦୋକାନ ଉପରକୁ ଚଢ଼ି ଓଲଟି ପଡ଼ିଲା ଟ୍ରକ୍‌

ଶୁଦ୍ଧିକ୍ରିୟାରେ ଯୋଗ ଦେଇ ଘରକୁ ଫେରୁଥିଲେ, ବାଟରେ ଘଟିଲା ଦୁର୍ଘଟଣା

ଭୁବନେଶ୍ୱରରେ ୪୧ ଦୋକାନ ସିଲ୍‌, ୨୮୩୩ ଜଣଙ୍କୁ ଫାଇନ୍‌; କଟକରେ ବି ଆକ୍ସନ ମୋଡ୍‌ରେ ପୋଲିସ୍

ନା ଥିଲା ମାସ୍କ ନା ଥିଲା ସାମାଜିକ ଦୂରତା: କରୋନା କଟକଣାକୁ ଫୁ’ କରି ଧୁମ୍‌ଧାମ୍‌ରେ ଚାଲିଥିଲା ବିଶ୍ୱକର୍ମା ଭସାଣ

SCB କୋଭିଡ୍‌ ୱାର୍ଡରେ‌ ଅବ୍ୟବସ୍ଥା ଘଟଣାର ତଦନ୍ତ କରିବ ୩ ଜଣିଆ କମିଟି

ତାଗିଦ ନାଁରେ ବ୍ୟବସାୟ ଉପରେ ଛାଟ !

You might also like