ଢେଙ୍କାନାଳରେ ଜମୁଛି ଲକ୍ଷ୍ମୀ ପୂଜା

ଢ଼େଙ୍କାନାଳ : ଢ଼େଙ୍କାନାଳରେ ଧୂମଧାମରେ ଚାଲିଛି ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା। ପୂଜାରେ ମୀନାବଜାର, ଗଣେଶ ବଜାର, କୈବଲ୍ୟ ବଜାର ଓ ଗୁଡିଆନାଳୀର ଚାନ୍ଦି ମେଢ , ଲକ୍ଷ୍ମୀ ବଜାରର ଜରି ମେଢ ଓ ପାର୍ଶ୍ୱ ପ୍ରତିମୂର୍ତ୍ତି , ବିଭିନ୍ନ ବଜାରରେ ସୁଉଚ୍ଚ ତୋରଣ ସାଙ୍ଗକୁ ଦଶ କିଲୋମିଟର ବ୍ୟାପୀ ଆଲୋକ ସାଜସଜ୍ଜା ଆଦି ମୁଖ୍ୟ ଆକର୍ଷଣ ସାଜିଛି।

ମେଢ଼ ଓ ପୂଜା ଦେଖିବାକୁ ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼କୁ ଆଖି ଆଗରେ ରଖି ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଏଥର ୩୮ଟି ପୂଜା ମଣ୍ଡପରେ ମାଆଙ୍କ ମୂର୍ଣ୍ମୟୀ ମୂର୍ତ୍ତି ପୂଜା ପାଉଛନ୍ତି। ଆସନ୍ତା ୨୪ ତାରିଖରେ ଜାକଜକମରେ ଭସାଣ କାର୍ଯ୍ୟକ୍ରମ କରାଯିବ।

ସେହିଭଳି କେନ୍ଦ୍ରାପଡ଼ାରେ ବି ଚାଲିଛି ଧୁମ୍‌ଧାମରେ ମାଆ ଲକ୍ଷ୍ମୀଙ୍କ ପୂଜା। ବିଭିନ୍ନ ଅଞ୍ଚଳରେ ମାଆଙ୍କୁ ବିଭିନ୍ନ ଅବତାରରେ ପୂଜାର୍ଚ୍ଚନା କରାଯାଉଛି।

You might also like