ଗେଟ୍ ତାଲା ଭାଙ୍ଗି କୋର୍ଟ ଭିତରକୁ ଜଜ୍‌ଙ୍କୁ ନେଲା ପୁଲିସ୍‌

ଖୋର୍ଦ୍ଧା: ଖୋର୍ଦ୍ଧା କୋର୍ଟରେ ଓକିଲ ସଂଘର ଆନ୍ଦୋଳନ ଯୋଗୁ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଏପରିକି ଆନ୍ଦୋଳନକାରୀ ଓକିଲ ଜଜ୍‌ଙ୍କୁ ମଧ୍ୟ ଭିତରକୁ ଛାଡ଼ୁ ନାହାନ୍ତି। ଫଳରେ ପୁଲିସ୍‌ କୋର୍ଟ ଗେଟ୍‌ର ତାଲା ଭାଙ୍ଗି ଜଜ୍‌ଙ୍କୁ ଭିତରକୁ ନେଇଛନ୍ତି।

ସୂଚନାଯୋଗ୍ୟ, ୫ ଦଫା ଦାବିରେ ୪ ଦିନ ହେବ ଓକିଲ ସଂଘ ଆନ୍ଦୋଳନ କରୁଛି। ଆଜି ଓକିଲମାନଙ୍କୁ ଘଉଡ଼ାଇ ପାଇଁ କୋର୍ଟ ଭିତରକୁ ପୁଲିସ୍ ପଶିଥିଲା। ଓକିଲମାନଙ୍କୁ ଘଉଡ଼ାଇଲା ବେଳେ କୋର୍ଟ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ କୋର୍ଟ ପରିସରରେ ୩ ପ୍ଲାଟୁନ୍ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି।

You might also like